ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ : ପ୍ରଥମେ ଥଇଥାନ, ପରେ ଉଚ୍ଛେଦ ଦାବି
ସମ୍ବଲପୁର : ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ । ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପଯ୍ୟନ୍ତ ବୁର୍ଲା ସହର ର ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କେବଳ ଜରୁରୀ ତଥା ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ବାକି ସବୁ ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିଛି । ବନ୍ଦ ଡାକରା ଦେଇଛି ବୁର୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ।
ବୁର୍ଲା ବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ଓ ମହାନଗର ନିଗମ ପକ୍ଷରୁ ଚାଲିଥିବା ଜବର ଦଖଲ ଉଚ୍ଛେଦକୁ ଦୃଢ଼ ପ୍ରତିବାଦ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ଆଜି ସମସ୍ତ ସ୍କୁଲ, କଲେଜ ଓ ବିଶ୍ଵବିଦ୍ୟାଳୟ ଗୁଡିକ ବନ୍ଦ ଥିବା ବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ସେହିପରି ଜରୁରକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ପ୍ରଶାସନ ପକ୍ଷରୁ ପ୍ରଥମେ ବୁର୍ଲାବାସୀଙ୍କୁ ଥଇଥାନ କରାଯାଉ ପରେ ଉଚ୍ଛେଦ କାର୍ଯ୍ୟ କରାଯାଉ ବୋଲି ଦାବି ହୋଇଛି। ଶାନ୍ତି ଶୃଙ୍ଖଳାର ସହିତ ଏହି ପାଳନ କରାଯାଉଥିବାବେଳେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ ଦିଆଯାଇଛି । ବୁର୍ଲା ସ୍ବାସ୍ଥ୍ୟ ନଗରୀ ହୋଇଥିବାବେଳେ ରୋଗୀ ସେବା ଯେମିତି ବ୍ୟାହତ ନହୁଏ ସେନେଇ ଧ୍ୟାନ ଦିଆଯାଉଥିବା ଆନ୍ଦୋଳନକାରୀ କହିଛନ୍ତି ।