ହୀରାକୁଦରେ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ, ଆବଶ୍ୟକ ପଡ଼ିଲେ ଆଉ ଗେଟ୍ ଖୋଲାଯିବ
ସମ୍ବଲପୁର : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ରେ ଜଳସ୍ତର ବୃଦ୍ଧି ପାଇଛି । ଉପରମୁଣ୍ଡରରେ ପ୍ରବଳ ବର୍ଷା ଯୋଗୁଁ ଗେଟ ଖୋଲାଯିବା ପରେ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଆବଶ୍ୟକ ପଡ଼ିଲେ ଆଉ ଗେଟ୍ ଖୋଲାଯିବ । ମହାନଦୀ ଉପରମୁଣ୍ଡରେ ହାରାହାରି ୩୭ମିଲିମିଟର ବର୍ଷା ହୋଇଛି। ତଳମୁଣ୍ଡରେ ବର୍ଷା ନାହିଁ। ତେଣୁ ବନ୍ୟା ସ୍ଥିତି ନଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।
ବୁଧବାର ଅପରାହ୍ନ ୪ଟାରେ ହୀରାକୁଦର ୨ଟି ଗେଟ ଖୋଲାଯାଇଥିଲା । ରାତି ସାରା ଏହି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା । ଜଳସ୍ତର ଅଧିକ ରହିଥିବାରୁ ଗୁରୁବାର ଆଉ ୧୨ଟି ଗେଟ ଖୋଲାଯାଇଛି । ଇନ- ଫ୍ଲୋ ଦେଢ଼ ଲକ୍ଷ କ୍ୟୁସେକରୁ ଅଧିକ ହେବାରୁ ଆଜି ଗେଟ ଖୋଲା ଯାଇଥିବା କହିଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଆଗକୁ ମଧ୍ୟ ଆହୁରି ଅଧିକ ଗେଟ ଖୋଲାଯିବା ନେଇ ସମ୍ଭାବନା ମଧ୍ୟ ରହିଛି ।