ଆଜି ପେଟ୍ରୋଲ ୩୫ ପଇସା ଏବଂ ଡିଜେଲ ୧୮ ପଇସା ବଢିଲା
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର । ଗତ କିଛିଦିନ ହେଲା କିଛି ମିଳୁ କି ନମିଳୁ କିନ୍ତୁ ନିୟମିତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ରବିବାର ପୁଣି ଦେଶରେ ବଢିଛି ତୈଳ ଦର । ସରକାରୀ ତେଲ କମ୍ପାନୀମାନେ ଘରୋଇ ବଜାରରେ ଆଜି ଅର୍ଥାତ ରବିବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଲିଟର ପିଛା ୧୮ ପଇସା ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୯୯.୫୧ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୮୯.୩୬ ଟଙ୍କା ।
ଦେଶର ଆର୍ଥିକ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୦୫.୫୮ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୯୬.୯୧ ଟଙ୍କା । ସେହିଭଳି ଚେନ୍ନାଇରେ ପେଟ୍ରୋଲ ୧୦୦.୪୪ ଏବଂ ଡିଜେଲ ୯୩.୯୧ ଟଙ୍କା ରହିଥିବା ବେଳେ କୋଲକାତାରେ ଆଜି ପେଟ୍ରୋଲ ଦର ୯୯.୪୫ ଏବଂ ଡିଜେଲ ୯୨.୨୭ ଟଙ୍କା ରହିଛି । ସେହିଭଳି ରାଜଧାନୀ ଭୁବନେଶ୍ବରରେ ଆଜି ପେଟ୍ରୋଲ ୩୫ ପଇସା ଏବଂ ଡିଜେଲ ୨୦ ପଇସା ବୃଦ୍ଧି ପାଇଛି । ପୂର୍ବରୁ ଶତକ ମାରିଥିବା ପେଟ୍ରୋଲର ଆଜିର ଦର ରହିଛି ୧୦୦.୩୦ ଟଙ୍କା ପ୍ରତିଲିଟର ଏବଂ ଡିଜେଲ ଦର ଲିଟର ପିଛା ୯୭.୩୯ ଟଙ୍କା ରହିଛି । ସୂଚନା ଯେ, ଶନିବାର ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଥିଲା । ଯାହା ଫଳରେ ଦର ସ୍ଥିର ରହିଥିଲା । ତେବେ ଜୁଲାଇ ୨ ତାରିଖରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧିପାଇଥିଲା ଏବଂ ଡିଜେଲ ଦର ସ୍ଥିର ଥିଲା । ବିଦେଶୀ ମୁଦ୍ରା ମୂଲ୍ୟ ଏବଂ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ୍ ଅଏଲ ଦର ଆଧାରରେ ଦେଶରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜଲେ ଦର ନିର୍ଦ୍ଧାରଣ ହୋଇଥାଏ ।