କଟକଣା ହଟିଲେ ବିପଦ ବଢ଼ିବ : ସ୍ୱାସ୍ଥ୍ୟ ବିଶେଷଜ୍ଞ
- ସମ୍ଭାବ୍ୟ ତୃତୀୟ ଲହର ନେଇ ପ୍ୟାନେଲ ଦେଲା ସିନାରିଓ
ଭୁବନେଶ୍ୱର : ମହାମାରୀ କରୋନା ତୃତୀୟ ଲହରକୁ ନେଇ ଆଇଆଇଟି କାନପୁରର ଆକଳନ ପରେ ସତର୍କ କରାଇ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ଅଗଷ୍ଟରେ କଟକଣା କୋହଳ ହେବା ଅନୁଚିତ। ତୃତୀୟ ଲହର ନଭେମ୍ବର ସୁଦ୍ଧା ଆସିବା ନେଇ ଆକଳନ କରାଯାଉଥିବାରୁ ନଭେମ୍ବର ପୂର୍ବରୁ ରାଜ୍ୟରେ ସଂପୂର୍ଣ୍ଣ ଟିକାକରଣ କରିବା ପାଇଁ ଡାକ୍ତର ନିରୋଜ ମିଶ୍ର ପରାମର୍ଶ ଦେଇଛନ୍ତି। ସେପଟେ କରୋନାର ତୃତୀୟ ଲହରକୁ ନେଇ ବଡ଼ ଆକଳନ କରିଛି କାନପୁର ଆଇଆଇଟି ମଡେଲ। କାନପୁର ଓ ହାଇଦ୍ରାବାଦ ଆଇଆଇଟିର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍-୧୯ର ଗାଣିତିକ ମଡେଲ ଅନୁସାରେ ବଡ଼ ଆକାରରେ ଆସିନପାରେ ତୃତୀୟ ଲହର। କାନପୁର ଆଇଆଇଟି ପ୍ରଫେସର ମନିନ୍ଦ୍ର ଅଗୱାଲଙ୍କ ନେତୃତ୍ୱରେ ପ୍ରସ୍ତୁତ ମଡେଲ ଅନୁସାରେ ଅତି ଖରାପ ସ୍ଥିତି ଆସିଲେ ବି ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସର୍ବାଧିକ ଦୈନିକ ୨ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି। ଏଥିସହ କୋଭିଡ୍ ଗାଇଡଲାଇନ କଡ଼ାକଡ଼ି ପାଳନ କରିବାକୁ କାନପୁର ଆଇଆଇଟି ମଡେଲରେ କୁହାଯାଇଛି ।
କୋଭିଡକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ପର୍ଯ୍ୟନ୍ତ କଟକଣା ଜାରି ରହିବା ଆବଶ୍ୟକ । ଭ୍ୟାକ୍ସିନେସନ ଶୀଘ୍ର ଶେଷ କରିବା ଉଚିତ୍ । କାରଣ ତୃତୀୟ ଲହର ମୁକାବିଲାର ମୂଳ ମନ୍ତ୍ର ହେବା ଦରକାର ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଟିକା ନେବା ପାଇଁ ଅନାଗ୍ରହ ବ୍ୟକ୍ତି ମାନେ ସାବଧାନ ରୁହନ୍ତୁ । ସେମାନେ ହେବେ ତୃତୀୟ ଲହର ସଂକ୍ରମଣର ସପୁରସ୍ପେଡ଼ର । ତୃତୀୟ ଲହର ନେଇ କେନ୍ଦ୍ର ସରକାରଙ୍କ କୋଭିଡ୧୯ ପରାମର୍ଶ ଦାତା କମିଟି ତାହାର ରିପୋର୍ଟ ପ୍ରଦାନ କରିଛି । ଏହି କମିଟି ସମସ୍ତ ରାଜ୍ୟ ମାନଙ୍କୁ ସଚେତନ କରିଛନ୍ତି । ସମ୍ଭାବ୍ୟ ତୃତୀୟ ଲହର ନେଇ ତିନୋଟି ସିନାରିଓ ଦେଈଛି ଏହି ପ୍ୟାନେଲ । ସେମାନଙ୍କ ଆକଳନ ଅନୁଯାୟୀ ଅଗଷ୍ଟରେ ସବୁ ଖୋଲିଯିବ । ତେଣୁ ସଂକ୍ରମଣ ବଢିବାର ଚାନ୍ସ ରହିଛି । ପ୍ରଥମ ସିନାରିଓ ଅନୁଯାୟୀ ୫୦ ହଜାରରୁ ୧ ଲକ୍ଷ ଭିତରେ ଦୈନିକ ସଂକ୍ରମଣ ରହିବ । ତୃତୀୟ ଲହର ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ପିକ ନେବ । ସେକେଣ୍ଡ ସିନାରିଓ ଅନୁଯାୟୀ ଭ୍ୟାକ୍ସିନର ଏଫିକେସି ୨୦ ପ୍ରତିଶତ କମ ରହିବ । ଦୈନିକ ସଂକ୍ରମଣ ୧ ଲକ୍ଷରୁ ଉର୍ଦ୍ଧ୍ବ ରହିବ । ତୃତୀୟ ସିନାରିଓ ଅନୁଯାୟୀ ଯଦି ଓଷ୍ଟ କେସରେ ଯଦି ନୂଆ ଭେରିୟାଣ୍ଟ ଆସିଲା ତେବେ ଏହା ଅଧିକ ସଂକ୍ରମଣ କ୍ଷମତା ରଖିବ । ଯେଉଁଥିରେ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଦୈନିକ ସଂକ୍ରମଣ ଆସିବ । ଏହା ଡ଼ିପେଣ୍ଡ କରିବ ଯଦି ଆମେ ଅଗଷ୍ଟ ମାସରେ ସମ୍ପୂର୍ଣ୍ଣ କଟକଣା କୋହଳ କରିଦେବା । ତେଣୁ ଆମେ ଅଗଷ୍ଟ ରେ କଟକଣା କୋହଳ ନ କରିବା ଉଚିତ । ଅଧିକାଂଶ ଲୋକ ଟିକା ନ ନେବା ପର୍ଯ୍ୟନ୍ତ ଏହିପରି କଟକଣା ଜାରି ରଖିବା ଉଚିତ । ଏହା ବି କମିଟି କହିଛି ଯଦି ଦ୍ରୁତ ଟିକା କରଣ ହେବ ତେବେ ତୃତୀୟ ଲହରର ସଂକ୍ରମଣ କମ ରହିବ । ତେଣୁ କୋଭିଡ କଟକଣା ଓ ଇଣ୍ଡୋର ଗ୍ୟାଦରିଙ୍ଗକୁ କଟକଣାରେ ରଖିଲେ ତୃତୀୟ ଲହରରୁ ବର୍ତ୍ତୀ ହେବ । ଆଇସିଏମଆର ଷ୍ଟଡ଼ି କହୁଛି କୋଭିଡ ହୋଇଥିବା ଲୋକ ଗୋଟିଏ ଡୋଜ ଟିକା ନେଲେ ତାହାର ଇମ୍ୟୁନିଟି ପାୱାର ବହୁତ ଲମ୍ବା ରହିପାରେ । ଯେଉଁମାନଙ୍କର କୋଭିଡ ହୋଇଛି ସେହିମାନଙ୍କ କ୍ଷେତ୍ରରେ ଟିକା ଅଧିକ କାମ କରୁଛି । ଟିକା ନେବାକୁ ଅନାଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତି ମାନେ ଭାଇରସ ନୂଆ ମ୍ୟୁଟାଣ୍ଟର ରୂପ ନେବା ପାଇଁ ଏମାନେ ଫ୍ୟାକ୍ଟ୍ରି ହେବେ ବା ମୁଖ୍ୟ କାରଣ ସାଜିବେ । ଏମାନଙ୍କ ଦ୍ୱାରା ଭାଇରସର ନୂଆ ମ୍ୟୁଟେସନ ହେବାର ଅଧିକ ସମ୍ଭାବନା ରହିଛି । ତେଣୁ ଆମେ ସମସ୍ତେ ଟିକା ନେବା ନିହାତି ଜରୁରୀ । ଏହା ଦ୍ୱାରା ପାଣ୍ଡେମିକରୁ ମୁକ୍ତି ପାଇ ପାରିବା ।