ବାଳିକା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଂପାଦକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
କଟକ : ଚାଉଳିଆଗଂଜ ବାଳିକା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ପ୍ରଥମ ସଂପାଦକ କୃଷ୍ଣଚନ୍ଦ୍ର ପାଟରାଙ୍କ ଗତ ୩ ତାରିଖରେ ପରଲୋକ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପରିଚାଳନା କମିଟିର ସଭାପତି ନାରୀନେତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁର୍ଗାପୂଜା କମିଟିର ସଂପାଦକ ନିରଂଜନ ସାହୁ, କର୍ପୋରେଟର ମୀନା ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ଷଡଙ୍ଗୀ, ଅକ୍ଷୟ ସାହୁ, ବିଭୁତି ଭୁଷଣ ବୈଶାଖ, ଫକୀର ଚରଣ ସାହୁ, ଯୁଗଳ କିଶୋର ମହାନ୍ତି, ସନ୍ତୋଷ କୁମାର ସାହୁ, ସୁକାନ୍ତ ସାହାଣୀ, ଅମର ରାଉତରାୟ, କଲ୍ୟାଣୀ ସ୍ୱାଇଁ, ଲିପିକା ରାୟ, ଦୀପକ କୁମାର ସାହୁଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇ ସ୍ୱର୍ଗତ ପାଟରା ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି ସ୍ମୃତିଚାରଣ କରିବା ସହ ଆତ୍ମାର ସଦଗତ ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।