ବିଜେପି ଓବିସି ମୋର୍ଚାର ଗାଁ ଗାଁ ଚାଲ ଘର ଘର ଚାଲ ଅଭିଯାନ
![](https://thetruths.in/wp-content/uploads/2023/03/BJP-OBC-Morcha-1024x771.jpg)
କେନ୍ଦୁଝର, (ବ୍ରଜକିଶୋର ରାୟ) : ଆସନ୍ତା ଏପ୍ରିଲ ୬ରୁ ୧୪ ତରଖା ପର୍ଯ୍ୟନ୍ତ ବିଜେପି ଓବିସି ମୋର୍ଚାର ଗାଁ ଗାଁ ଚାଲ ଘର ଘର ଚାଲ ଅଭିଯାନ । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପଛୁଆ ବର୍ଗମାନଙ୍କର ସାମ୍ବିଧାନିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଯେଉଁ ସବୁ ଉଲ୍ଲେଖନୀୟ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ତାହା ୫୨% ପଛୁଆ ବର୍ଗଙ୍କ ପ୍ରତି ଥିବା ତାଙ୍କର ସମ୍ବେଦନଶୀଳତାକୁ ପ୍ରମାଣିତ କରୁଅଛି ।
ପ୍ରଧାନମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଓବିସି ଛାତ୍ରଛାତ୍ରୀ ମାନଙ୍କୁ ୨୭% ସଂରକ୍ଷଣ ସାଙ୍ଗକୁ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସ୍ବତନ୍ତ୍ର ଭାବରେ ୨୭% ସଂରକ୍ଷଣ ଘୋଷଣା କରି ତାହା କାର୍ଯ୍ୟକାରୀ କରାଇଛନ୍ତି । ସରକାରୀ ସଂସ୍ଥା ବ୍ୟତିତ ପବ୍ଲିକ୍ ସେବାର କମ୍ପାନୀ ଗୁଡିକରେ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣକୁ ସୁନିଶ୍ଚିତ କରାଇଛନ୍ତି । ଓବିସି ବର୍ଗ ଯୁବକ ଯୁବତୀ ମାନଙ୍କୁ ଆତ୍ମ ନିର୍ଭର ଓ ସ୍ଵୟଂ ସଂପୂର୍ଣ୍ଣ କରିବା ପାଇଁ ଓବିସି Development Finance Corporation ମାଧ୍ୟମରେ ଋଣ ଯୋଗାଣ, ସ୍କିଲ ଟ୍ରେନିଂ ଓ କର୍ମ ନିଯୁକ୍ତିର ବ୍ୟବସ୍ଥା କରାଇ ଏହି ଓବିସି ବର୍ଗର ବିକାଶ ପାଇଁ ବହୁବିଧ ଯୋଜନା ପ୍ରଣୟନ କରି କାର୍ଯ୍ୟକାରୀ କରୁଥିବାରୁ ଆଜିର କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଏବଂ କୃତଜ୍ଞତା ଯଣାଇଥିଲେ ଓବିସି ମୋର୍ଚାର ଜିଲ୍ଲା ଶାଖା । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟକି କେନ୍ଦୁଝର ପରି ଖଣିଖାଦନ ଭରା ରତ୍ନଗର୍ଭା ଜିଲ୍ଲାକୁ ଓଡିଶା ସରକାରଙ୍କର ଓବିସି ବର୍ଗଙ୍କ ପାଇଁ ବୈମାତୃକ ମନଭାବ ଯୋଗୁ କୌଣସି କ୍ଷେତ୍ରର ପ୍ରଗତି ହୋଇପାରୁନାହିଁ । ରାଜ୍ୟ ସରକାରଙ୍କର ଓବିସି ମାନଙ୍କ ପ୍ରତି ବୈମାତୃକ ମନୋଭାବ ପାଇଁ ଆଜି ଜିଲ୍ଲାରେ ଓବିସି ମାନଙ୍କର ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି, ଖଣି, ଖାଦନ ମାନଙ୍କର ସ୍ଥାନୀୟ ବାସିନ୍ଦା ମାନଙ୍କୁ ନିଯୁକ୍ତି ନଦେଇ ଅଣ ଓଡିଆ ମାନଙ୍କୁ ଥଇଥାନ କରାଯାଉଅଛି ଏବଂ କେହି ସ୍ବର ଉତୋଳନ କଲେ ଦାଦାଗିରିର ଶିକାର ହେଉଛନ୍ତି ବୋଲି ଓବିସି ମୋର୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଥିଲେ । ଯୁବ ବର୍ଗ ଆଜି ଉଚ୍ଚ ଶିକ୍ଷିତ ହୋଇମଧ୍ୟ ଦାଦନ ଖଟିବାକୁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଓବିସି ବର୍ଗଙ୍କ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ବହୁ ଗରିବ ପିଲାମାନେ ଉଚ୍ଚ ଶିକ୍ଷାରୁ ବଂଚିତ ହେଉଛନ୍ତି । ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କେନ୍ଦ୍ର ଆବାସ ଗୃହ ଯୋଗାଇ ଦେଉଥିଲେ ମଧ୍ୟ ବହୁ ଓବିସି ବର୍ଗ ସେଥିରୁ ବଂଚିତ ହେଉଛନ୍ତି । ଏହିଭଳି ଯଦି ଦେଖାଯାଏ ତେବେ ପ୍ରତ୍ୟେକ କ୍ଷେତ୍ରରେ ଓବିସି ମାନେ ରାଜ୍ୟସରକାରଙ୍କର ବୈମାତୃକ ମନୋଭାବର ଶିକାର ହେଉଛନ୍ତି ବୋଲି ମଧ୍ୟ ଶ୍ରୀଯୁକ୍ତ ବିଶ୍ୱାଳ ପ୍ରେସ ବିବୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଓବିସି ମୋର୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନ ରଂଜନ ସ୍ବାଇଁ, ଜିଲ୍ଲା ସଭାପତି ଲକ୍ଷ୍ମଣ ରାଉତ, ରାଜ୍ୟ ସଂଯୋଜକ ତଥା ଜିଲ୍ଲାର ନେତା ଚନ୍ଦ୍ରପ୍ରସାଦ ଗୁପ୍ତା, ରାଜ୍ୟ ସଂଯୋଜିକା ତଥା ଜିଲ୍ଲାର ନାରିନେତ୍ରୀ ସାବିତ୍ରୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।