କେନ୍ଦୁଝରରେ ଅସୁରକ୍ଷିତ ବନ୍ୟପ୍ରାଣୀ, ବିଦ୍ୟୁତ ଆଘାତରେ ଟଳିପଡିଲେ ଗଜରାଜ
କେନ୍ଦୁଝର (ବ୍ରଜକିଶୋର ରାୟ) : କେନ୍ଦୁଝର ଜିଲାରେ ଅସୁରକ୍ଷିତ ବନ୍ୟପ୍ରାଣୀଙ୍କ ଜୀବନ। କେତେବେଳେ ନିଆଁ ଦାଉ ତ ଆଉ କେତେବେଳେ ବିଦ୍ୟତ୍ ସ୍ପର୍ଶରେ ଯାଉଛି ବନ୍ୟଜନ୍ତୁଙ୍କ ପ୍ରାଣ। ଏହି ପରିପ୍ରେକ୍ଷୀରେ ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଶନିବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ରବିବାର ସକାଳେ ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
୧୧ କେଭି ବିଦ୍ୟୁତ ଲାଇନର ସପଟିଙ୍ଗ ଷ୍ଟେ ତାର ଚାର୍ଜ ହୋଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାହାତୀର ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। କେନ୍ଦୁଝର ଜିଲାରେ ବାରମ୍ବାର ହାତୀ ମୃତ୍ୟୁ ଘଟୁଥିଲେ ହେଁ ବିଦ୍ୟୁତ୍ ଟାଟାପାୱାର ବିଭାଗୀୟ ପକ୍ଷରୁ ସଚେତନ ହେଉନଥିବା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି।