ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ ଘର – ଅପରାଜିତା
ଭୁବନେଶ୍ୱର : ଗରୀବ ଲୋକ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ବ୍ୟବସ୍ଥା କରିଛନ୍ତି । କୌଣସି ପରିସ୍ଥିତିରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆ ନଯାଉ । ଯୋଗ୍ୟ ହିତାଧିକାରୀଙ୍କୁ ହିଁ ଘର ଦିଆଯାଉ । ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଏହା କହିଛନ୍ତି । ସେ କହିଛନ୍ତି ଯେ ଆବାସ ହିତାଧିକାରୀ ତାଲିକା ଅଣ୍ଡର ଦ ଟେବୁଲ୍ ନହେଉ । ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉ । ବିଜେପି ଗାଁ ଗାଁରେ ନଜର ରଖିଛି -କୈଣସି ପରିସ୍ଥିତିରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଘର ଦିଆଯିବା ଉଚିତ ନୁହେଁ । ରାଜ୍ୟ ସରକାର ଅଭିଯୋଗର ତର୍ଜମା କରି ଫାଇନାଲ ଲିଷ୍ଟ ପ୍ରକାଶ କରନ୍ତୁ ବୋଲି ସେ କହିଛନ୍ତି ।