ବାଲେଶ୍ୱର, ଚାନ୍ଦବାଲି, ପାରାଦ୍ୱୀପ ଏବଂ ଯାଜପୁରରେ ଘନକୁହୁଡ଼ି ଅନୁଭୁତ
ଭୁବନେଶ୍ୱର : ଆଜି ସକାଳେ ବାଲେଶ୍ୱର, ଚାନ୍ଦବାଲି, ପାରାଦ୍ୱୀପ ଏବଂ ଯାଜପୁରରେ ଘନକୁହୁଡ଼ି ଅନୁଭୁତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ରହିଛି ବାଲେଶ୍ୱରରେ ୫୦ ମିଟର, ଚାନ୍ଦବାଲିରେ ୫୦ ମିଟର, ପାରାଦ୍ୱୀପରେ ୫୦ ମିଟର ଏବଂ ଯାଜପୁରରେ ୧୦୦ ମିଟର । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।