ଟିକା ଅଭାବରୁ ରାଜ୍ୟରେ ବନ୍ଦ ହେଲା ୯୦୦ କେନ୍ଦ୍ର
ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ଵିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣ ମଧ୍ୟ ଜାରି ରହିଛି । ମାତ୍ର ଟିକା ଅଭାବରୁ ବନ୍ଦ ହେଲା ୯୦୦ ଟିକାକରଣ କେନ୍ଦ୍ର । ରାଜ୍ୟରେ ଯେତିକି ଟିକା ମହଜୁଦ ଅଛି ତାକୁ ନେଇ ଆଜି ୫୭୯ କେନ୍ଦ୍ରରେ ଟିକାକରଣ ଚାଲିଛି । ୨ ଲକ୍ଷ ୩୩ ହଜାର ଡୋଜ କୋଭିସିଲଡ଼ ଟିକା ଓ ୭୭ ହଜାର ୯୬୦ କୋଭାକ୍ସିନ୍ ଟିକା ଅଛି ।
ଯେଉଁଠି ଭ୍ୟାକ୍ସିନ ଅଛି ସେଠି ଟିକା ଉତ୍ସବ କରାଯାଉଛି । ଜିରୋ ୱେଷ୍ଟଜ ଓ ସଚେତନତା ଟିକା ଉତ୍ସବର ଲକ୍ଷ୍ୟ । ଟିକା ନ ଆସିଲେ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ ଆଉଟ ହୋଇଯିବ । ଯେଉଁ ଜିଲ୍ଲାକୁ ଟିକା ଗତକାଲି ଯାଇଛି ସେ ଜିଲ୍ଲାରେ ଜାରି ରହିବ, ଅନ୍ୟ ଜିଲ୍ଲାରେ ବନ୍ଦ ରହିବ । ରାଜ୍ୟରେ ଟିକାକରଣ ଜାରି ରହିଛି ୧ ଲକ୍ଷ ୧୩ ହଜାର ୫୬୩ । ବର୍ତ୍ତମାନ ସୁଦ୍ଧା ଲକ୍ଷ ୩୨ ହଜାର ଟୀକାକରଣ ସରିଲାଣି । ଗତକାଲି ଅଢେଇ ଲକ୍ଷ ପହଂଚିବା ପରେ ଜିଲ୍ଲା ଗୁଡ଼ିକୁ ବଣ୍ଟା ସରିଛି । ଅଧିକ ସଂକମିତ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଛି । ଖୋର୍ଦ୍ଧା, ସୁନ୍ଦରଗଡ ଓ ନୂଆପଡା ବଲାଙ୍ଗିର ଭଳି ଜିଲ୍ଳାକୁ ପ୍ରାଧାନ୍ୟ ଦିଆଯାଉଛି ।