୮୮ ତମ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ମନ ମୋହିଲା ଓଡ଼ିଆ ସଂସ୍କୃତି ଭରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ
ରଙ୍ଗୀନ ଆଲୋକରେ ଝଲସିଲା ସମସ୍ତ ପ୍ରତିମୂର୍ତ୍ତି ଓ କାର୍ଯ୍ୟାଳୟ କୋଠା
ଭଦ୍ରକ : ୦୧.୪.୨୩ ରିଖ । ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ପରିକ୍ରମା କାର୍ଯ୍ୟକ୍ରମରୁ ଆଜି ଆରମ୍ଭ ହୋଇଥିଲା । ଭଦ୍ରକ ଜିଲ୍ଲାସ୍ତରୀୟ ୮୮ତମ ପବିତ୍ର ଓଡ଼ିଶା ଦିବସ ପାଳନ ସମାରୋହ । ପ୍ରତିକୂଳ ପାଗ ସତ୍ତ୍ୱେ ବର୍ଷାରେ ଭିଜି ଭିଜି ପୂର୍ବ ନିର୍ଦ୍ଧାରିତ ସୟରେ ପ୍ରତିମୂର୍ତ୍ତିମାନଙ୍କରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଦିବସ ପାଳନରେ ଭଦ୍ରକ ଜିଲ୍ଲା ପାଇଁ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ, ଭଦ୍ରକର ସଭାପତି ପ୍ରଫୁଲ୍ଲ କୁମାର ଜେନା, ଉତ୍ସବ ପାଳନ କମିଟିର ସଭାପତି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଅନ୍ୟତମ ସମ୍ମାନିତ ଅତିଥି ଭଦ୍ରକ ବିଧଶୟକ ସଂଜିବ କୁମାର ମଲ୍ଲିକ୍, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ପ୍ରମୁଖ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ଭଦ୍ରକ ସହ ମୁଖ୍ୟ ରାସ୍ତା ପାଶ୍ୱର୍ରେ ୯ଟି ଜାଗାରେ ଥିବା ୧୧ ଟି ପ୍ରତିମୂର୍ତ୍ତି ଓ ଗୋଟିଏ ସ୍ମୃତି ଫଳକରେ ମାଲ୍ୟାର୍ପଣ କରିଥିଲେ । ଏହି ଉତ୍ସବ ପାଳନ ଉପଲକ୍ଷେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ସନ୍ଧ୍ୟାରେ ସାଧାରଣସଭା, ପୁରସ୍କାର ବିତରଣ ସହ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ବୋନ୍ଦର ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଅନ୍ୟତମ ସମ୍ମାନିତ ଅତିଥି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ୍ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମହାପୁରୁଷ ମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଇତିହାସ ଉପରେ ଅତିଥିମାନେ ଆଲୋକପାତ କରିବା ସହିତ ଏଥିରେ ଅତୁଳନୀୟ ଅବଦାନ ରଖିଥିବା ଶ୍ରେଷ୍ଠ ବିନ୍ଧାଣୀ ଗଣ ମଧୁବାବୁ, ଗୋପବନ୍ଧୁ, ହରେକୃଷ୍ଣ ମହତାବ, ନୀଳକଣ୍ଠ ଦାସ, କର୍ମବୀର ଗୌରୀଶଙ୍କର ରାୟ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କୃଷ୍ଣଚନ୍ଦ୍ର ଗଜପତି ପ୍ରମୁଖଙ୍କ ଅବିସ୍ମରଣୀୟ ସାଧନା ଓ ତ୍ୟାଗର ସ୍ମୃତିଚାରଣ କରି ସେମାନଙ୍କ ଆଦର୍ଶ ଆଗାମୀ ସମୟ ପାଇଁ ପାଥେୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାର କୃତୀ ଶିକ୍ଷକ ଭାବେ ୨୦୧୭ରେ ରାଜ୍ୟସ୍ତରୀୟ ପୁରସ୍କାର ପାଇଥିବା ବର୍ତ୍ତମାନର କଟକ ବୋର୍ଡ଼ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ ଶତପଥୀ, ତ୍ରିଶଳପୁରର ପ୍ରଧାନ ଶିକ୍ଷୟିତ୍ରୀ ଝୁରନ୍ବାଳା ଖୁଣ୍ଟିଆଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆର୍ଥିକ ପୁରସ୍କାର ୨୫ ହଜାର ଟଙ୍କାର ଚେକ୍ ସହ ସାଲ୍ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ଓଡ଼ିଆ ବକ୍ତୃତା, ଓଡ଼ିଆ ଦେଶାତ୍ମବୋଧକ ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପୁରୀ ରୁ ଆସିଥିବା ଉଦ୍ଘୋଷକ ପିୟୁଷ୍ ପଟ୍ଟନାୟକ ମଞ୍ଚ ପରିଚାଳନା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲା ସଂସ୍କୃତି ବିଭାଗର ସହଯୋଗରେ ଅନୁଷ୍ଠିତ ହୋଇଥିଲା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ବାଙ୍କୀ, କଟକର ସାଂସ୍କୃତିକ ଅନୁଷ୍ଠାନ ସିଂହମ୍ର କଳାକାର ମାନଙ୍କ ଦ୍ୱାରା ପରିବେଷିତ ଓଡ଼ିଆ ସଂସ୍କୃତି ଭରା ବାରମାସେ ତେରପର୍ବ, ଦେଶାତ୍ମବୋଧକ ନୃତ୍ୟ ବନ୍ଦେମାତରମ୍, ଲୋକନୃତ୍ୟ ସମ୍ବଲପୁରିଆ ବାବୁ, ଆଧ୍ୟାତ୍ମିକ ନୃତ୍ୟ ଶିବତାଣ୍ଡବ ଓ ଗଣେଶ ବନ୍ଦନା ଆଦି ଥିଲା ବେଶ୍ ମନୋମୁଗ୍ଧକର । ତା ସାଙ୍ଗକୁ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ମନମୋହନ ସଙ୍ଗୀତ ପରିଷଦର ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଆଧାରରେ ଗଣେଶ ତାଣ୍ଡବ, ଓଁ ଭୂଭୁର୍ବସ୍ୱ, ଆହେ ନୀଳଶୈଳ ଓ ସରକାରୀ ବାଳିକା ହାଇସ୍କୁଲ, ଏସ୍.ବି.ଡ଼ି. ସ୍କୁଲ, ସାତଭଉଣୀ ସରସ୍ୱତୀ ଶିଶୁ ମନ୍ଦିର ଦ୍ୱାରା ପରିବେଶିତ ବିଭିନ୍ନ ଦେଶାତ୍ମବୋଧ ଓ ସଂସ୍କୃତି ଆଧାରିତ ନୃତ୍ୟ ଦର୍ଶକଙ୍କ ମନକୁ ଛୁଇଁଥିଲା । ଅତିରିକ୍ତ ଜିଲ୍ଲାପାଳ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଦିବସ ଭିତ୍ତିକ ସମସ୍ତ କାର୍ଯ୍ୟକ୍ରମର ସଂଯୋଜକ ହିସାବରେ ଦାୟିତ୍ୱ ନିଭାଇ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ସଂପୃକ୍ତ ବିଭାଗର କର୍ମଚାରୀ ତାପସ କୁମାର ନାୟକ, ମୀନାକ୍ଷୀ ଗରାବଡ଼ୁ, ସୁରେଶ ତ୍ରିପାଠୀ, ରଙ୍ଗାଧର ଜେନା ପ୍ରମୁଖ ଆନୁସଙ୍ଗିକ ସହଯୋଗ କରିଥିଲେ ।