ଶନିବାର ସମ୍ବଲପୁର ସହରରେ ୮ ଘଣ୍ଟା ବିଦ୍ୟୁତ୍ କାଟ୍
ସମ୍ବଲପୁର : ସମ୍ବଲପୁର ସହରରେ ୮ ଘଣ୍ଟା ଧରି ବିଦ୍ୟୁତ୍କାଟ ହେବ। ଆସନ୍ତା ୧୫ ତାରିଖ ଶନିବାର ସକାଳ ୮ଟାରୁ ସନ୍ଧ୍ୟା ୪ଟା ଯାଏ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବିଜୁଳି ବିଛିନ୍ନ ରହିବ। ଟିପିଡବ୍ଲୁଓଡିଏଲ୍ ତରଫରୁ ଏକ ପ୍ରେସ୍ ବିବୃତିରେ କହାଯାଇଛି ଯେ, ଉକ୍ତ ଦିନ ଓପିଟିସିଏଲ୍ର ୧୩୨/୧୩୩ କେଭି ଗଣେଶନଗର ଗ୍ରିଡ୍ ସବ୍ଷ୍ଟେସନ୍ର ବାର୍ଷିକ ରକ୍ଷଣାବେକ୍ଷଣ କରାଯିବ।
ଉକ୍ତ ସମୟରେ ସମ୍ବଲପୁର ବିଦ୍ୟୁତ୍ ଡିଭିଜନ୍ ଓ ସମ୍ବଲପୁର ପୂର୍ବ ବିଦ୍ୟୁତ୍ ଡିଭିଜନ୍ ଅଧିନସ୍ଥ ଅଇଁଠାପାଲି, ବରେଇପାଲି, ରେମେଡ୍, ଯୋଗୀପାଲି, କ୍ଷେତରାଜପୁର, ଧନୁପାଲି, ମାନେଶ୍ବର, ସିନ୍ଦୁରପଙ୍କ, କମିସନର କଲୋନି, ସିଟି ଷ୍ଟେସନ୍ ଆଦି ଅଞ୍ଚଳ ସହିତ ସମଗ୍ର ସହରରେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ କହାଯାଇଛି।