୪୪ ତମ ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା ; ଉଭୟ ବର୍ଗର ଗ୍ରାଣ୍ଡ ଫାଇନାଲରେ ପଞ୍ଜାବ
![](https://thetruths.in/wp-content/uploads/2023/02/44th-International-Softball-Tournament-1024x576.jpg)
ପୁରୀ : ୪୪ତମ ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗୀତା ରେ ମହିଳା ବିଭାଗ ରେ ଚାମ୍ପିଅନ ହେବା ପାଇଁ ଆସନ୍ତାକାଲି ଗ୍ରାଣ୍ଡ ଫାଇନାଲ ମ୍ୟାଚରେ ପଞ୍ଜାବ ଓ ମହାରାଷ୍ଟ୍ର ସାମ୍ନା ସାମ୍ନି ହେବେ। ଆଜି ଚତୁର୍ଥ ଦିନ ସୁଦ୍ଧା ଅନୁଷ୍ଠିତ ମହିଳା ବିଭାଗ ସେମିଫାଇନାଲ ମ୍ୟାଚରେ ମହାରାଷ୍ଟ୍ର ୦୧-୦୦ରେ କେରଳ କୁ ହରାଇବା ସହିତ ସିଧା ସଳଖ ଗ୍ରାଣ୍ଡ ଫାଇନାଲ କୁ ପ୍ରବେଶ କରିଥିଲେ।
ସେହିପରି ଅନ୍ୟ ଏକ ସେମିଫାଇନାଲ ମ୍ୟାଚରେ ପଞ୍ଜାବ ୦୪-୦୦ ରେ ଛତିଶଗଡ଼ ଓ ପରେ ଫାଇନାଲ ମ୍ୟାଚରେ ପଞ୍ଜାବ ୦୫-୦୦ରେ କେରଳ କୁ ହରାଇ ଗ୍ରାଣ୍ଡ ଫାଇନାଲ ରେ ପ୍ରବେଶ କରିଛି।ସେହିପରି ପୁରୁଷ ବିଭାଗରେ ପ୍ରଥମ ସେମିଫାଇନାଲ ରେ ପଞ୍ଜାବ ୦୬-୦୫ ରେ ଛତିଶଗଡ଼ କୁ ହରାଇ ସିଧା ସଳଖ ଗ୍ରାଣ୍ଡ ଫାଇନାଲ ରେ ପହଁଚିଥିବା ବେଳେ ଅନ୍ୟ ଏକ ସେମିଫାଇନାଲ ରେ ଆନ୍ଦ୍ର ପ୍ରଦେଶ ୦୨-୦୦ରେ ମଧ୍ୟପ୍ରଦେଶ କୁ ହରାଇଥିଲା।ତେବେ ଆସନ୍ତା କାଲି ପ୍ରଥମେ ଆନ୍ଦ୍ର ପ୍ରଦେଶ ଓ ଛତିଶଗଡ଼ ମଧ୍ୟରେ ଫାଇନାଲ ମ୍ୟାଚ ହେବା ସହ ସେହି ମ୍ୟାଚ ର ବିଜେତା ଗ୍ରାଣ୍ଡ ଫାଇନାଲ ରେ ଚାମ୍ପିଅନ ପାଇଁ ପଞ୍ଜାବ ସହିତ ଲଢେଇ କରିବ।
ଏହି ସର୍ବ ଭାରତୀୟ ଚାମ୍ପିଅନସିପ ର ଆସନ୍ତାକାଲି ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆଜି ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ଓ ସମାଜସେବୀ ଚକ୍ରଧର ମହାପାତ୍ର ଅତିଥିଭାବେ ଯୋଗଦାନ କରି ଖେଳାଳି ମାନଙ୍କ ସହିତ ଭେଟି ଉତ୍ସାହିତ କରିଥିଲେ।ପୁରୀ ଜିଲ୍ଲା ପ୍ରଶାସନର ସହଯୋଗ ତଥା ରାଜ୍ୟ ସଫ୍ଟବଲ ସଂଘ ପକ୍ଷରୁ ଏହି ପ୍ରତିଯୋଗିତା ପରିଚାଳନାରେ ଟୁର୍ଣ୍ଣାମେଂଟ କମିଟିର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ସଫ୍ଟବଲ ସଙ୍ଘର ରାଜକିଶୋର ପଟ୍ଟନାୟକ, ସୌମିତ୍ର ହରିଚନ୍ଦନ, ସତିକାନ୍ତ ପଟ୍ଟନାୟକ, ସୌରଭ ରଥ, ଏଲୋରା କାନୁନଗୋ, ଅରବିନ୍ଦ ଦାସ, ସୁଚାରିତା ପଟ୍ଟନାୟକ, ସୌଭାଗ୍ୟ ସାହୁ, ସୌମ୍ୟା ରଞ୍ଜନ ସାହୁ, ବିଭୁ ପଶୁପାଳକ, ଅମୀୟ ନାଗ, ଅଶୋକ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।