ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ମହାନଦୀର ତଳମୁଣ୍ଡରେ ଜଳସ୍ତର ବୃଦ୍ଧି
୨୪ ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ
ସମ୍ବଲପୁର : ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ବର୍ତ୍ତମାନ ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମପାର୍ଶ୍ୱରୁ ୧୬ଟି ଗେଟ୍ ଖୋଲାଯାଇଥିବାବେଳେ ଡାହାଣ ପାର୍ଶ୍ୱରୁ ୮ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ଜଳସ୍ତର ୬୧୬.୯୧ ଫୁଟ ରହିଛି । ୪ଲକ୍ଷ ୩୫ହଜାର ୩୦୩ କ୍ୟୁସେକ୍ ଜଳ ପ୍ରବେଶ କରୁ ଥିବାବେଳେ ୩ଲକ୍ଷ ୪୯ହଜାର ୩୦୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ହୀରାକୁଦ ଜଳ ଭଣ୍ଡାରର ଗେଟ୍ ଖୋଲିବା ପରେ ମହାନଦୀର ତଳମୁଣ୍ଡରେ ଜଳସ୍ତର ବଢ଼ିବାରେ ଲାଗିଛି । ଗତ କାଲି ଅପେକ୍ଷା ଆଜି ନରାଜ ନିକଟରେ ଜଳସ୍ତର ବୃଦ୍ଧି ପାଇଛି । ଲଘୁଚାପ ଜନିତ ବର୍ଷା ହେଲେ ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି । ଜଳସ୍ତର ବଢ଼ିଲେ ତଳିଆ ଅଂଚଳକୁ ବନ୍ୟା ବିପଦ ଥିବାରୁ ସଜାଗ ରହିବାକୁ କୁହାଯାଇଛି ।