ରାଜଧାନୀରେ ୩୬ କରୋନା ପଜିଟିଭ୍ ଚିହ୍ନଟ
![](https://thetruths.in/wp-content/uploads/2021/11/Bhubaneswar-Corona-5.jpg)
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଂଚଳରୁ ଶୁକ୍ରବାର ମୋଟ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ ହୋଇଥିବା ବିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଅପରପକ୍ଷରେ ୨୪ ଘଂଟାରେ ଆଉ ୨୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ଏବେ ସୁଦ୍ଧା ୧ ଲକ୍ଷ ୬୫ ହଜାର ୮୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧ ଲକ୍ଷ ୬୪ ହଜାର ୧୨୨ ଜଣ ସୁସ୍ଥ ହୋଇଛନ୍ତି । ମୋଟ ୧୧୯୮ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୫୫୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଗତକାଲି ଭୁବନେଶ୍ୱରରେ ୨୦ ପଜିଟିଭ୍ ଚିହ୍ନଟ ହୋଇଥିଲେ ।