ଗଛ କାଟୁଥିବା ଅଭିଯୋଗରେ ୩୫ ଗିରଫ
ସମ୍ବଲପୁର : ରେଢାଖୋଲ ସଂରକ୍ଷିତ ଜଙ୍ଗଲରେ ଅନୁପ୍ରବେଶକାରୀ ମାନେ ବାରମ୍ବାର ଗଛ କାଟୁଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହାକୁ ନେଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗଛ କାଟୁଥିବା ଅଭିଯୋଗରେ ୩୫ ଜଣ ଗିରଫ । ସ୍ଥାନୀୟ ଦେବଗଡ ଓ ଝାଡଖଣ୍ଡ ଅଂଚଳରୁ ୩୫ ଜଣଙ୍କୁ ଗିରଫ ସହ ସେମାନଙ୍କ ନିକଟରୁ ଧନୁଶର, ଟାଙ୍ଗିଆ, ବାଟୁଳି, ବର୍ଛା ସମେତ ବହୁ ମାରଣାସ୍ତ୍ର ଜବତ ହୋଇଛି ।
ସୂଚନା ଯେ, ରେଢାଖୋଲ ସଂରକ୍ଷିତ ଜଙ୍ଗଲରେ ଝାଡଖଣ୍ଡୀ ଅନୁପ୍ରବେଶ କାରୀଙ୍କ ଲୋଲୁପ ଦୃଷ୍ଟି । ଗଛ କାଟି ଚାଷ ଜମି ଓ ଘର ନିର୍ମାଣ ସକାଶେ ପଦା କରୁଛନ୍ତି ଶହ ଶହ ଏକର ଜଙ୍ଗଲ ଜମି । ଫଳରେ ରେଢାଖୋଲ ବନ ବିଭାଗ ପକ୍ଷରୁ ବଡ ଆକ୍ସନ । ରେଢାଖୋଲ ବନ ବିଭାଗ ପକ୍ଷରୁ ଏକ ବଡ ଧରଣର ଚଢାଉ ହୋଇଥିଲା । ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଟାଲ ସଂରକ୍ଷିତ ଜଙ୍ଗଲରେ କିଛି ଅନୁପ୍ରବେଶ କାରୀ ଜଙ୍ଗଲ କାଟିବାର ଖବର ପାଇ ରେଢାଖୋଲ ବନଖଣ୍ଡର ୫ଟି ରେଞ୍ଜର ଶତାଧିକ ବନ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ । ବନ ବିଭାଗ ଦେଖିବା ବେଳକୁ ଶତାଧିକ ଅନୁପ୍ରବେଶ କାରୀ ବିଶେଷ କରି ଝାଡଖଣ୍ଡରୁ ଆସି ଯାହା ଗଛ କାଟୁଥିଲେ । ଏହି ସମୟରେ ବନ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା । ଘଟଣାରେ ୩୫ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଆଉ ସେମାନଙ୍କ ପାଖରୁ ଶିକାର ସମ୍ବନ୍ଧୀୟ କିଛି ଜାଲ ଏବଂ ମାରଣାସ୍ତ୍ର ଜବତ କରାଯାଇଥିବା ଏସସିଏଫ ସୂଚନା ଦେଇଛନ୍ତି ।