ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଚାଲିବ ଆଉ ୩ଟି ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଦୁଇ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ୍ ଏବଂ ଏକ ଯୋଡ଼ା ବିଶେଷ ପାସେଞ୍ଜର ଟ୍ରେନ୍ ଚଳାଇବାକୁ ରେଳବାଇ ନିଷ୍ପତି ହୋଇଛି । ୦୬୧୭୦/୦୬୧୬୯ ଭିଲୁପୁରମ୍-ପୁରୂଲିଆ-ଭିଲୁପୁରମ୍ ସ୍ପେଶାଲ୍ ୫ ମଇ ଠାରୁ ଭିଲୁପୁରାମରୁ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଅପରାହ୍ନ ୧୨ଟା୦୫ମି.ରେ ଛାଡିବ ଏବଂ ୭ ମଇ ଠାରୁ ପୁରୂଲିଆରୁ ପ୍ରତ୍ୟେକ ଶୁକ୍ରବାର ଏବଂ ସୋମବାର ପୂର୍ବାହ୍ନ ୧୦ଟାରେ ଛାଡିବ । ୦୬୧୭୮/୦୬୧୭୭ ଭିଲୁପୁରମ୍-ଖଡଗପୁର-ଭିଲୁପୁରମ୍ ସ୍ପେଶାଲ୍ ସୁପର ଫାଷ୍ଟ୪ ମଇ ଠାରୁ ଭିଲୁପୁରମରୁ ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନ ୧୨ଟା ୫ମି.ରେ ଛାଡିବ ଏବଂ ୬ ମଇ,ଠାରୁ ଖଡଗପୁରରୁ ପ୍ରତ୍ୟେକ ଗୁରୁବାର ଦିନ ଅପରାହ୍ନ ୨ଟା ୧୦ମି.ରେ ଛାଡିବ । ଉଭୟ ଟ୍ରେନ୍ରେ ଗୋଟିଏ ଏସି-୨ ଟାୟାର୍ , ଗୋଟିଏ ଏସି -୩ ଟାୟାର୍ ସାତଟି ସ୍ଲିପର୍ କ୍ଲାସ୍, ପାଂଚଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଭିଲୁପୁରମ୍ ଏବଂ ପୁରଲିୟା/ ଖଡଗପୁର ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଏହା ବିଶାଖାପାଟନମ୍, ବିଜୟନଗରମ୍, ବ୍ରହ୍ମପୁର, ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ ଏବଂ ଯାଜପୁର କେନ୍ଦୁଝର ରୋଡ଼ ଠାରେ ଉଭୟ ଦିଗରୁ ରହଣି କରିବ । ଏହା ବ୍ୟତୀତ ୦୮୨୬୪/୦୮୨୬୩ ବିଳାସପୁର-ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ ମଧ୍ୟ ଏପ୍ରିଲ୍ ୧୦ ତାରିଖରୁ ଚଳାଚଳ କରୁଛି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀ ସେମାନଙ୍କ ଯାତ୍ରା ପ୍ରାରମ୍ଭର ସର୍ବାଧିକ ୭୨ ଘଂଟା ମଧ୍ୟରେ ହୋଇଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ ଟୀକାର ଦ୍ୱିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ । ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ସାତ ଦିନ ବାଧ୍ୟତାମୂଳକ ଘର / ଆନୁଷ୍ଠାନିକ କ୍ୱାରେଂଟାଇନରେ ରହିବାକୁ ପଡିବ ।