୩ଲକ୍ଷ ୨୦ହଜାର ଛାତ୍ରଛାତ୍ରୀ ଦେବେ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତ୨ ପରୀକ୍ଷା । କଳା, ବାଣିଜ୍ୟ ଓ ବିଜ୍ଞାନର ହେବ ପରୀକ୍ଷା । ମୋଟ ୩ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେବେ । ଯୁକ୍ତ୨ ପରୀକ୍ଷା ନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି ।
ମହାମାରୀ କରୋନା ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଲ କରାଯାଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ସେହିପରି ମୂଲ୍ୟାୟନ ପାଇଁ ଦୁଇଟି ପଦ୍ଧତି ଅବଲମ୍ବନ କରାଯିବ । ପ୍ରଥମଟିରେ ପିଲାଙ୍କୁ ଫାଇନାଲ ପରୀକ୍ଷା ଆଧାରରେ ରେଜଲ୍ଟ ଘୋଷଣା କରାଯିବ । ଦ୍ୱିତୀୟଟିରେ ଫାଇନାଲ ପରୀକ୍ଷାରୁ ୮୦ ପ୍ରତିଶତ ଏବଂ ଶେଷ କ୍ୱାର୍ଟର ପରୀକ୍ଷାରୁ ୨୦ ପ୍ରତିଶତ ମାର୍କ ମିଳିବ । ଉଭୟ ମୂଲ୍ୟାୟନ ପଦ୍ଧତିରେ ସର୍ବାଧିକ ମାର୍କକୁ ରେଜଲ୍ଟ ଘୋଷଣା କରାଯିବ । ମହାମାରୀ ପରେ ଏଥର ପ୍ରଥମ ଥର ପାଇଁ ଅଫଲାଇନରେ ଯୁକ୍ତ ଦୁଇ ପରୀକ୍ଷା ହେଉଛି ।