ବରହମପୁର ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳିତ
ନୀଳଗିରି : ଭାରତ ମାତାର ସୁଯୋଗ୍ୟ ସନ୍ତାନ, ଓଡ଼ିଶା ମାଟିର ବରପୁତ୍ର ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ଦିବସ ସମଗ୍ର ଓଡ଼ିଶାରେ ପାଳିତ ହୋଇଥିବା ବେଳେ ନୀଳଗିରରେ ମଧ୍ୟ ପାଳିତ ହୋଇଯାଇଛି। ଏହି ମହାନ ସ୍ୱତନ୍ତ୍ରତା ସେନାନୀ, କଳିଙ୍ଗ ଷଣ୍ଢ ତଥା ଝଡ଼ର ଇଗଲ ବିଜୟାନନ୍ଦ ପଟ୍ଟନାୟକଙ୍କ ତିରୋଧାନ ୧୯୯୭ମସିହା ଏପ୍ରିଲ ୧୭ତାରିଖରେ ହୋଇଥିଲା। ଓଡ଼ିଶାବାସୀଙ୍କ ହୃଦୟର ସମ୍ରାଟ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ପୁରପଲ୍ଲୀରେ ତାଙ୍କ ଜନ୍ମଜୟନ୍ତୀ ଓ ଶ୍ରାଦ୍ଧ ଦିବସକୁ ଓଡ଼ିଶାବାସୀ ପାଳନ କରିଆସୁଛନ୍ତି। ଆଜି ତାଙ୍କର ଏହି ତିରୋଧାନ ଦିବସକୁ ନୀଳଗିରି ଉପଖଣ୍ଡର ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା ବେଳେ ନୀଳଗିରିର ଲୋକପ୍ରିୟ ବିଧାୟକ ସୁକାନ୍ତ କୁମାର ନାୟକ ଏବଂ ବିଜୁ ପ୍ରେମୀ ମାନେ ସକାଳେ ନୀଳଗିରି ବାଇପାସ୍ ଛକ ନିକଟରେ ଥିବା ବିଜୁ ବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ବିଜୁ ପଟ୍ଟନାୟକ ଅମର ରହେ ସ୍ଳୋଗାନରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇପଡ଼ିଥିଲା। ପରେ ବରହମପୁର ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ ଜଡିଡା ପଞ୍ଚାୟତ ପୋଡାଶୁଳ ବଜାର ନିକଟରେ ଏକ ସ୍ମୃତି ସଭାର ଆୟୋଜନ ହୋଇଥିଲା। ଏହି ସଭାରେ ବିଧାୟକ ସୁକାନ୍ତ ନାୟକ ସଭାପତିତ୍ବ କରିଥିବା ବେଳେ ନୀଳଗିରି ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ତଥା ଦୈନିକ ସମ୍ବାଦପତ୍ର “ସମାଜ “ର ଉତ୍ତର ଓଡ଼ିଶା ମୁଖ୍ୟ ସମ୍ପାଦକ କୁଳମଣୀ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଓଡ଼ିଶା ରାଜ୍ୟ ପ୍ରତି ଅବଦାନ ଏବଂ ତାଙ୍କ ଦୂରଦୃଷ୍ଟି ସମ୍ପର୍କରେ ବିସ୍ତୃତ ଭାବରେ ଅଭିଭାଷଣ ରଖିଥିଲେ। ମୁଖ୍ୟବକ୍ତା ଭାବେ ନୀଳଗିରି ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ଯୋଗଦେଇ ପ୍ରବାଦୀ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅମର ଗାଥାକୁ ଅତି ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ। ଏଥି ସହିତ ତାଙ୍କ ଆଦର୍ଶର ଉତ୍ତର ଦାୟଦ ଭାବେ ନୀଳଗିରି ମାଟିର ପୁଅ ତଥା ବର୍ତ୍ତମାନର ବିଧାୟକ ସୁକାନ୍ତ ନାୟକଙ୍କ ପ୍ରୀତି ବନ୍ଧନ, ସ୍ନେହାଶ୍ରିବାଦରେ ଯୋଡ଼ିହୋଇ ହଜାର ହଜାର ଲୋକ ତାଙ୍କପ୍ରତି ଥିବା ଭଲପାଇବାର ନିଦର୍ଶନ ଆଜିର ଏହି ଶ୍ରାଦ୍ଧ ଉତ୍ସବରେ ପରିଲକ୍ଷିତ ହୋଇଥିବା କହିଥିଲେ। ଓଡ଼ିଶା ଗଠନ ପରେ ଏହାର ସର୍ବାଙ୍ଗୀନ ଉନ୍ନତିର ମୁଖ୍ୟବିନ୍ଧାଣୀ ବିଜୁବାବୁଙ୍କ ମହାପ୍ରୟାଣ ଦିବସରେ ବହୁ ରାଜନେତା, ଜନନେତା ଏହି ସମାବେଶରେ ଯୋଗଦେଇ ସ୍ୱର୍ଗତ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ। ଅନ୍ୟଅତିଥି ମାନଙ୍କ ମଧ୍ୟରେ ଆଦିବାସୀ ନାରୀନେତ୍ରୀ ତଥା ରାଜ୍ୟ ବିଜେଡ଼ି ମହିଳା ଉପସଭାପତି ସୁନିତୀ ସିଂ, ବାଲେଶ୍ୱର ଜିଲ୍ଲା ଯୁବଜନତା ଦଳ ସଭାପତି ତାପସ ପରିଡା, ନୀଳଗିରି ବ୍ଲକ୍ ବିଜେଡ଼ି ସଭାପତି ବିଜୟ କୁମାର ଲେଙ୍କା,ପୂର୍ବତନ ନୀଳଗିରି ବ୍ଲକ୍ ଉପାଧ୍ୟକ୍ଷ ରମେଶ ମହାନ୍ତି, ବରିଷ୍ଠ ବିଜେଡିନେତା ଗଙ୍ଗାଧର ମିଶ୍ର, ନୀଳଗିରି ଏନଏସି ବିଜେଡ଼ି ସଭାପତି ରବୀନ୍ଦ୍ର ପରିଡା, ଭାଗବତ ଖିଲାର,ପୂର୍ବତନ ବାହାନଗା ବ୍ଲକ ଅଧ୍ୟକ୍ଷ ଶରତ ରାଜ, ବରିଷ୍ଠ ନେତା ଗୟାଧର ସେଠୀ, ଯୁବନେତା ଉପେନ୍ଦ୍ର ଦାସ, ଆରବନ୍ଧ ସରପଞ୍ଚ କୁଳମଣୀ ନାୟକ, ଲୋକନାଥ ଦଳେଇ, ଉପେନ୍ଦ୍ର ନାୟକ ସମେତ ନୀଳଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ଅଧିକାଂଶ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ବିଜୁପ୍ରେମୀ ଯୋଗ ଦେଇଥିଲେ। ପ୍ରବଳ ଗରମ ସ୍ଵତେ ଏହି ସମାବେଶରେ ପ୍ରାୟ ଦେଢ଼ହଜାରରୁ ଦୁଇ ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା।