କାଂଶ ପଞ୍ଚାୟତ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ, ଗାଁ ମାଟିରେ ସାଂସଦ ପ୍ରାର୍ଥୀନୀଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ବିଧାୟକ
ବାଲେଶ୍ଵର : ନୀଳଗିରି ବ୍ଲକ କାଂଶ ପଞ୍ଚାୟତରେ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ବିଧାୟକ, ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଗାଁ ମାଟି କାଂଶରୁ ପ୍ରଚାର ଆରମ୍ଭ କରିଛନ୍ତି। ଉକ୍ତ ଗାଁରେ ସଂଗ୍ରାମ ମାଟି ତତସହିତ ସ୍ବର୍ଗତ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ବୋହୂ । ତେଣୁ ଦଳ ଗତ ନିର୍ବିଶେଷରେ ସମସ୍ତେ ଶତ ପ୍ରତିଶତ ଭୋଟ ସାଂସଦ ପ୍ରାର୍ଥୀ ଲେଖାଶ୍ରୀଙ୍କୁ ଦେବାକୁ ବିଧାୟକ ନିବେଦନ କରିଥିଲେ।
ଉକ୍ତ କର୍ମୀ ସମ୍ମିଳନୀ ରେ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ରମେଶ ମହାନ୍ତଙ୍କ ଅଧ୍ୟକ୍ଷତାରେ ରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବରିଷ୍ଠ ନେତା ଗଙ୍ଗାଧରମିଶ୍ର, ବିଧାୟକ ପ୍ରତିନିଧି ଉପେନ୍ଦ୍ର ଦାସ,ନାଏବ ସରପଂଚ ଶୁଶାନ୍ତ ମହାଳିକ, ସମିତି ସଭ୍ୟା ଶ୍ରୀମତୀ ରଜନୀ ଗିରି,ପୁର୍ବତନ କାଉନସିଲର ଲୋକନାଥ ଦଳେଇ, ଗଙ୍ଗାଧର ବିଶ୍ୱାଳ, ତପନମହାନ୍ତି, ସାଏବ ନାୟକ ପ୍ରମୁଖ ନିଜ ନିଜ ବକ୍ତବ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଠୁଁ ମୃତ୍ୟୁ ପଯ୍ୟନ୍ତ ଯୋଜନା ଲୋକଙ୍କୁ ବୁଝାଇବା ସହ୧୦ବର୍ଷ ଭିତରେ ନୀଳଗିରି ନିର୍ବାଚନ ମଣ୍ଡଳୀ ରେ ବିକାଶ ବାର୍ତା ପହଞ୍ଚାଇବାକୁ ଅନୁରୋଧ କରିଥିଲେ।ଅନ୍ୟମାନଙ୍କ ଭିତରେ ଲାବଣ୍ୟ ଦଳେଇ,ସୁକାନ୍ତ ଦାସ, ନରହରି ମହାଳିକ, ରାକେଶ ଖୁଣ୍ଟିଆ, କୀରଣ ମହାଳିକ, ଶଶୀଧର ମହାଳିକ, ହେମନ୍ତମହାପାତ୍ର, ପ୍ରସନ୍ନମହାପାତ୍ର, ବାବନ ଖମାରି,ରବୀନ୍ଦ୍ର ଦାସ,ସମେତ ଏକ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା।