ବିଗୁଡ଼ିଛି ରାଜ୍ୟର ସ୍ଥିତି : ୪୫୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଖ୍ୟା ୪ ଶହ ଉପରେ ରହିଛି। ଏହାରି ମଧ୍ୟରେ ଶନିବାର ୨୪ ଜିଲା ଓ ରାଜ୍ୟ ପୁଲ୍ରୁ ୪୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୨୬୭ ଓ ସ୍ଥାନୀୟ ଅଞ୍ଚଳରୁ ୧୮୫ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୨୨୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୨ଜଣ ଥିବାବେଳେ ବାଲେଶ୍ୱର ଜିଲାରୁ ୫ଜଣ, ବରଗଡ଼ ଜିଲାରୁ ୧୯ଜଣ, ଭଦ୍ରକ ଜିଲାରୁ ୪ଜଣ, ବଲାଙ୍ଗୀର ଜିଲାରୁ ୧୫ଜଣ, କଟକ ଜିଲାରୁ ୨୬ଜଣ, ଦେଓଗଡ଼ ଜିଲାରୁ ଜଣେ, ଢ଼େଙ୍କାନାଳ ଜିଲାରୁ ଜଣେ, ଗଜପତି ଜିଲାରୁ ୪ଜଣ, ଗଞ୍ଜାମ ଜିଲାରୁ ୧୩ଜଣ, ଜଗତସିଂହପୁର ଜିଲାରୁ ଜଣେ, ଯାଜପୁର ଜିଲାରୁ ୮ଜଣ, ଝାରସୁଗୁଡ଼ା ଜିଲାରୁ ୧୭ଜଣ, କଳାହାଣ୍ଡି ଜିଲାରୁ ୨୯ଜଣ, କନ୍ଧମାଳ ଜିଲାରୁ ୪ଜଣ, କେନ୍ଦ୍ରାପଡ଼ା ଜିଲାରୁ ୨ଜଣ, କେନ୍ଦୁଝର ଜିଲାରୁ ୩ଜଣ, ଖୋର୍ଦ୍ଧା ଜିଲାରୁ ୭୭ଜଣ, କୋରାପୁଟ ଜିଲାରୁ ୨ଜଣ, ମାଲକାନଗିରି ଜିଲାରୁ ୨ଜଣ, ମୟୁରଭଞ୍ଜ ଜିଲାରୁ ୧୦ଜଣ, ନବରଙ୍ଗପୁର ଜିଲାରୁ ୮ଜଣ, ନୟାଗଡ଼ ଜିଲାରୁ ଜଣେ, ନୂଆପଡ଼ା ଜିଲାରୁ ୭୧ଜଣ, ପୁରୀ ଜିଲାରୁ ୧୧ଜଣ, ରାୟଗଡ଼ା ଜିଲାରୁ ୫ଜଣ, ସମ୍ବଲପୁର ଜିଲାରୁ ୧୦ଜଣ, ସୁନ୍ଦରଗଡ଼ ଜିଲାରୁ ୭୫ଜଣ ଏବଂ ରାଜ୍ୟ ପୁଲ୍ରୁ ୧୬ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୪୨,୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୮୨୦ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୩୭,୪୩୦ଜଣ ସୁସ୍ଥ ହୋଇଛନ୍ତି ।