କରୋନା, ଯକ୍ଷ୍ମା ଏବଂ ଶିଶୁରୋଗ ରୋକିବା ପାଇଁ ୧୨୮ କୋଟି ମଂଜୁର : ମଙ୍ଗଲ ପାଣ୍ଡେ
ପାଟନା : ବିହାରର ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେ ବୁଧବାର ଦିନ କହିଛନ୍ତି କି, ରାଜ୍ୟରେ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା, ଯକ୍ଷ୍ମା ଏବଂ କୋଭିଡ଼-୧୯ କୁ ରୋକିବା ପାଇଁ ଆବଶ୍ୟକ ଔଷଧ ଏବଂ ଉପକରଣ ପାଇଁ ବିଭାଗ ପକ୍ଷରୁ ୧୨୮ କୋଟି ଟଙ୍କା ମଂଜୁର କରିଛନ୍ତି । ଏହି ରାଶି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କେନ୍ଦ୍ରୀୟ ସାହାଯ୍ୟ ଅଟେ । ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେ ଏଠାରେ କହିଛନ୍ତି ଯେ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କୋଭିଡ଼-୧୯ ଜରୁରୀକାଳୀନ ସେବାପାଇଁ କେନ୍ଦ୍ରର ୩୩.୧୨ କୋଟି ଟଙ୍କା ସହାୟକ ଅନୁଦାନ ଏବଂ ଶିଶୁ ସ୍ୱାସ୍ଥ୍ୟ ରକ୍ଷା ଏବଂ ଟିବି ରୋଗ ରୋକିବା ଦିଗରେ ଔଷଧ କିଣିବା ପାଇଁ୯୪.୬୩ କୋଟି ଟଙ୍କା ରାଜ୍ୟ ସ୍ୱାସ୍ଥ୍ୟକମିଟି ପାଇଁ ଏହି ରାଶି ଉପଲବ୍ଧ କରାଯାଇଛି । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସାମଗ୍ରୀର କ୍ରୟ ପାଇଁ ବିହାର ମେଡ଼ିକାଳ ସର୍ଭିସେସ ଏବଂ ଭିତିଭୂମି ନିଗମକୁ ୮୦ କୋଟି ଟଙ୍କା ଦିଆଯାଇଛି । ମଙ୍ଗଳ ପାଣ୍ଡେ କହିଛନ୍ତି ଯେ, ଶିଶୁ ସ୍ୱାସ୍ଥ୍ୟ ଏବଂ ଟିବି କୁ ହରାଇବା ପାଇଁ ରାଜ୍ୟ ସରକାର ଗୁରୁତର ପଦକ୍ଷେପ ନେଉଛନ୍ତି । ଶିଶୁ ମୃତ୍ୟୁହାର ବଷକୁ ବର୍ଷ ହ୍ରାସ ପାଉଛି । ଏହା ବାଦ୍ ନବଜାତ ଶିଶୁ ଶୁନ୍ ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁର ମୃତ୍ୟୁହାର କମାଇବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ରାଜ୍ୟରେ ଏକ ବଡ଼ ଧରଣର ଅଭିଯାନ ଚାଲିଛି । ଏଥିପାଇଁ କେନ୍ଦ୍ରରୁ ପ୍ରାପ୍ତ ଆନୁପାତିକ ରାଶି ବ୍ୟତୀତ ରାଜ୍ୟ ସରକାର ମଧ୍ୟ ଠିକ୍ ସମୟରେ ରାଜସ୍ୱ ପ୍ରଦାନ କରୁଛନ୍ତି ।
ସେ କହିଛନ୍ତି ଯେ, ଶିଶୁ ସ୍ୱାସ୍ଥ୍ୟ ପ୍ରତିରକ୍ଷା କାର୍ଯ୍ୟକ୍ରମ ଏବଂ ଯକ୍ଷ୍ମାକୁ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ୬୦:୪୦ ଆନୁପାତିକ ହାର ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ମହାମାରୀକୁ ରୋକିବା ପାଇଁ ମାସ୍କ ପିନ୍ଧି ଯକ୍ଷ୍ମାକୁ ବହୁ ପରିମାଣରେ ରୋକାଯାଇପାରିବ । ଶିଶୁ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ପିଲାମାନଙ୍କୁ ଠିକ୍ ସମୟରେ ଟୀକାରଣ କରିବାକୁ ପାଣ୍ଡେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ରାଜ୍ୟର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ଟୀକା ମାଗଣାରେ ଉପଲବ୍ଧ ।