ସଂପର୍କ ସାହିତ୍ୟ ସଂସ୍କୃତି ସଂସଦର କବିତା ଆସର

କଟକ : ସାହିତ୍ୟ ଜଗତରେ ଉଜ୍ଜଳ ନକ୍ଷତ୍ରଭଳି ଦିପ୍ତିମନ୍ତ ହେଉଥିବା ପୂର୍ବସୁରୀମାନଙ୍କୁ ଶ୍ମରଣକଲେ ଭାଷାସାହିତ୍ୟର ଅଗ୍ରଗତୀ ହେବବୋଲି ସମ୍ବର୍ଦ୍ଧନା ଉତ୍ସବରେ ନବ ନିର୍ବାଚିତ ସଭାପତି ଅତିଥି ଭାବେ ଯୋଗଦେଇ ଡ଼.ଗୋବିନ୍ଦ ଚାନ୍ଦ କହିଥିଲେ । ସାରସ୍ୱତ ଅନୁଷ୍ଠାନ ସଂପର୍କ ସାହିତ୍ୟ ସଂସ୍କୃତି ସଂସଦର କବିତା ଆସର ଓ ସମ୍ବର୍ଦ୍ଧନା ସଭା ନୂତନ ଶିଳ୍ପାଂଚଳସ୍ଥିତ ଓଡ଼ିଶା ଶିଳ୍ପ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବେ ପଣ୍ଡିତ ନିଳକଂଠ ରାଉତ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀଦୁର୍ଗା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ପଣ୍ଡିତ ଚୈତନ୍ୟ କୁମାର ସାହୁ, ମୁଖ୍ୟବକ୍ତା ଭାବେ ଆଦର୍ଶ ପ୍ରତିଭା ବିକାଶ ପରିଷଦର ସଭାପତି ପଣିତ ଡ଼.ଅଭୟ କୁମାର ଦାଶ,ସମ୍ମାନିତ ଅତିଥି ଭାବେ ଶ୍ରାବଣୀ ସାହିତ୍ୟ ସଂସଦର ସଭାପତି କବି ଉଦୟ କେଶରୀ ବର୍ମା ଯୋଗଦେଇଥିଲେ । ଏହି ଅବସରରେ ଉତ୍କଳ ସାହିତ୍ୟ ସମାଜର ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସଂପର୍କ ସାହିତ୍ୟ ସଂସ୍କୃତି ସଂସଦର କର୍ମକର୍ତ୍ତା ଛବିରାମ ସେଠୀଙ୍କ ସମେତ ଉପସ୍ଥିତ ସଦସ୍ୟମାନେ ଓଡ଼ିଆ ଜାତିର ସଂସ୍କୃତି ପରଂପରା ଅନୁଯାୟୀ ବନ୍ଦାପନା ସହିତ ଶଙ୍ଖଧ୍ୱନୀ ମଧ୍ୟରେ ସମ୍ବର୍ଦ୍ଧିତ କରିଥିଲେ । ଡ଼.ବସନ୍ତ କୁମାରୀ ନନ୍ଦ ଓ ଗୀତାଞ୍ଜଳୀ ପୃଷ୍ଟିଙ୍କ ସଂଯୋଜନାରେ ପ୍ରଥମ ଅଧିବେଶନରେ କବି ସଞ୍ଜୁକ୍ତା ଦାଶ,ଶୁନୀ ଦାଶ, କ୍ଷୀରୋଦ ଜେନା, ବ୍ରଜବନ୍ଧୁ ପୃଷ୍ଟି, ସୁଶିଳ କୁମାର ରାଉତ, ଅବିନାଶ ଜେନା, ସଚ୍ଚିଦାନନ୍ଦ କର, ପ୍ରଭାତୀ ରାଣୀ ମହାନ୍ତି, ରତନ କୁମାର ମହାନ୍ତି, ଅଶ୍ୱିନୀ କୁମାର ସେଠୀ, ଉତ୍ତମ ଚରଣ ପ୍ରଧାନ, ସ୍ନେହଲତା ଦ୍ୱିବେଦୀ, ତ୍ରିଲୋଚନ ପତି, ଗଜେନ୍ଦ୍ର କୁମାର ପାଣି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସଂସଦର ସଂପାଦକ କବି ମନୋରଂଜନ ପଣ୍ଡା ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ ।