ଭାଜପାର ପଦଯାତ୍ରା, ଭୋଟ ଭିକ୍ଷା କଲେ ପୌର ଅଧ୍ୟକ୍ଷା ପ୍ରାର୍ଥୀନୀ
ବାଲେଶ୍ୱର : ଆସନ୍ତା ୨୪ରେ ଅନୁଷ୍ଠିତ ହେବ ପୌର ନିର୍ବାଚନ । ପ୍ରାର୍ଥୀପତ୍ରର ଚୂଡ଼ାନ୍ତ ତାଲିକା ଘୋଷଣା ପରେ ପ୍ରାର୍ଥୀନୀ ଓ ପ୍ରାର୍ଥୀଙ୍କୁ ନେଇ ଅଧ୍ୟକ୍ଷା ପ୍ରାର୍ଥୀନୀ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ଭାଜପା ପକ୍ଷରୁ ବାଲେଶ୍ୱର ପୌରାଞ୍ଚଳ ଅନ୍ତର୍ଗତ ୧ନଂ. ୱାର୍ଡ଼ରେ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପ ସଭାପତି ମାନସ କୁମାର ଦତ୍ତ, ଭାଜପାର ପୌରାଧ୍ୟକ୍ଷା ପ୍ରାର୍ଥୀନୀ ରଶ୍ମିରେଖା ଦେବ ଓ ୱାର୍ଡ଼ର କାଉନସିଲର ପ୍ରାର୍ଥୀନୀ ସସ୍ମିତା ନାଥ ପଦଯାତ୍ରାରେ ଯୋଗଦେଇ ଲୋକଙ୍କ ଆଶୀର୍ବାଦ ସହ ଭୋଟ୍ ଭିକ୍ଷା କରିଥିଲେ ।
ଶ୍ରୀ ଦତ୍ତ କେନ୍ଦ୍ର ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଓ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଇବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଗତ ଉପ-ନିର୍ବାଚନରେ ବିଜେଡି ଯେଉଁ ସବୁ ପ୍ରତିଶୃତି ସାଧାରଣ ଜନତାକୁ ଦେଇଥିଲେ, ତାହା ଆଜି ପାଣିର ଗାର ସଦୃଶ ପ୍ରମାଣିତ ହୋଇସାରିଛି । ଉପ-ନିର୍ବାଚନକୁ ୧ବର୍ଷ ବିତିଯାଇ ଥିବା ବେଳେ ପଞ୍ଚାୟତରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରି ନାହିଁ । ମୋଦି ସରକାର ବ୍ୟାପକ ମାତ୍ରାରେ ଅର୍ଥ ପଠାଉଥିବା ବେଳେ ଏଠି ବିଜେଡିର ନେତା ଓ କର୍ମୀ ମାନେ ଠିକାଦାର ସାଜି ଲୁଟିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରିବକଲ୍ୟାଣ ଯୋଜନାରୁ ଲୋକେ ବଞ୍ôଚତ ହେଉଛନ୍ତି । ସରକାରୀ କଳ ବଳ ଜରିଆରେ ଭୋଟରମାନଙ୍କୁ ପ୍ରଭାବିତ କରି ନିର୍ବାଚନ ହାତେଇବାକୁ ଶାସକ ବିଜେଡି ଅପପ୍ରୟାସ ଜାରି ରଖିଛି ଓ ଚଳିତ ପୌର ନିର୍ବାଚନରେ ଜନତା ଏହାର ଉଚିତ୍ ଜବାବ ଦେବେ । ସେହିପରି ଭାଜପା ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରିବା ପାଇଁ ଶ୍ରୀ ଦତ୍ତ ନିବେଦନ କରିଥିଲେ । ପଦଯାତ୍ରାରେ ୱାର୍ଡ ସଭାପତି ଦିଲ୍ଲୀପ ତରେଇ, ଉପ-ସଭାପତି ଭାଗ୍ୟରନ ନାୟକ, ପୂର୍ବତନ କାଉନସିଲର ଅଜିତ ମିଶ୍ର, ବରିଷ୍ଠ ନେତା ମନ୍ମଥ ପାତ୍ର, ଦିଲ୍ଲୀପ ମାଝୀ, ଆଶିଷ ମିଶ୍ର, ଦେବେନ୍ଦ୍ର ମାଝୀ, ମିହିର ମାଝୀ, ଜାନକୀ ମାହାର୍ଣ୍ଣା, ସୁକାନ୍ତି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।