ନୀଳଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ଯୁବ ସମାଜସେବୀ ଚନ୍ଦ୍ରବିନ୍ଦୁ ଦାସ
ନୀଳଗିରି : ନିଳଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ୍ କରି ଦୃଷ୍ଟି ଆକର୍ଷଣ କରିଛନ୍ତି ନୀଳଗିରିର ଯୁବ ସମାଜସେବୀ ଚନ୍ଦ୍ରବିନ୍ଦୁ ଦାସ। ଜଣେ ଦୃଢ଼ ସଂଗଠକ, ସୁବକ୍ତା ତଥା ବର୍ତ୍ତମାନ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଭାବରେ କାର୍ଯ୍ୟରତ ଚନ୍ଦ୍ରବିନ୍ଦୁ ଦାସ ନିଳଗିରି ନିର୍ବାଚନ ମଣ୍ଡଳୀରେ ବେଶ୍ ଲୋକପ୍ରିୟ।
ନୀଳଗିରି ଏନ୍ଏସି ୬ନଂ ୱାର୍ଡ଼ ଅଧୀନ ବ୍ରହ୍ମାନନ୍ଦ ଦାସଙ୍କ ପୁଅ ଚନ୍ଦ୍ରବିନ୍ଦୁ ନୀଳଗିରି କଲେଜରେ ପାଠ ପଢୁଥିବା ସମୟରେ ଏବିଭିପି ତରଫରୁ ପ୍ରତିଦ୍ବନ୍ଦିତା କରି ନିଜର ରାଜନୀତି ଜୀବନ ଆରମ୍ଭ କରିଥିବା ବେଳେ କଲେଜ ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପରେ କିଛିଦିନ ପାଇଁ ଉଚ୍ଚ ବେତନରେ ଚାକିରୀ କରିଥିଲେ ମଧ୍ୟ ସମାଜସେବା ପାଇଁ ଚାକିରୀ ଛାଡ଼ି ଦେଇଥିଲେ। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୨୦୧୯ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଚନ୍ଦ୍ରବିନ୍ଦୁ ଦାସଙ୍କୁ ନିଜର ବ୍ୟକ୍ତିଗତ ସହାୟକ ଭାବେ ନିଯୁକ୍ତି ଦେଇଥିଲେ। ସେବେ ଠାରୁ ଏଯାବତ୍ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ବେଳେ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି। ନିଜର ମଣିଷ ପଣିଆକୁ ସଦାସର୍ବଦା ଗରିବ ଖଟିଖିଆ, ଦୁଃଖୀ, ଦରିଦ୍ର, ମେଡିକାଲ ସମସ୍ୟାକୁ ଗୁରୁତ୍ବ ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ୍ କରି ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା କରିବା ସହ ଧନ୍ୟବାଦ୍ ଜଣାଇଥିଲେ।
ଅନୁରୂପଭାବେ ଓଡିଶା ସରକାର ଙ୍କ ଲଘୁ ଖଣିଜ (Minor Minerals) ବିଭାଗ ର ବିଭାଗୀୟ ନିର୍ଦେଶକ ତଥା ବାଲେଶ୍ୱର ର ପୂର୍ବତନ ଜିଲ୍ଲାପାଳ ଶ୍ରୀ K-Sudarshan Chakrabarty ଙ୍କୁ ସଚିବାଳୟ ରେ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ବିଭିନ୍ନ ବିଷୟ ରେ ଆଲୋଚନା କରିବା ଅବସରରେ l