ରେମୁଣା ନିର୍ବାଚନମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଯୁବନେତା ଚନ୍ଦନ ମଲ୍ଲିକ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଯୁବନେତା ଚନ୍ଦନ ମଲ୍ଲିକ । ଛାତ୍ର ଜୀବନରୁ ଆରମ୍ଭ କରି ଦୀର୍ଘ ୧୫ବର୍ଷ ଧରି ବିଜେଡିର ଜଣେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଥିବା ଯୁବନେତା ଶ୍ରୀ ମଲ୍ଲିକ ଦଳୀୟ ଟିକଟରୁ ବଞ୍ôଚତ ହେବା ପରେ ପୂର୍ବ ଘୋଷଣା ଅନୁ୍ଯାୟୀ ସୋମବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜ କର୍ମୀ ଓ ସମର୍ଥକଙ୍କ ଗହଣରେ ଶ୍ରୀ ମଲ୍ଲିକ ବାଲେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚି ପ୍ରାର୍ଥୀପତ୍ର ଭରିଥିଲେ ।
ସୂଚନା ଯେ, ରେମୁଣା ବିଧାୟକଙ୍କୁ ବିଜେଡିରୁ ବହିଷ୍କାର ପରେ ଦଳରେ ଦେଖା ଦେଇଥିବା ସାଂଗଠନିକ ଅଚଳାବସ୍ଥାକୁ ସଜାଡିବା ଦାୟିତ୍ୱ ଦିଆଯାଇ ତାଙ୍କ ପ୍ରାର୍ଥୀତ୍ୱ ଦାବି ଉପରେ ବିଚାର କରାଯିବ ବୋଲି ପ୍ରତିଶୃତି ମିଳିଥିଲା । ମାତ୍ର ପ୍ରାର୍ଥୀ ଚୟନରେ ନିରପେକ୍ଷତା ଅବଲମ୍ବନ ହୋଇନଥିବା ଚନ୍ଦନ ଆରୋପ ଉଠାଇ ରେମୁଣାର ବିକାଶ ପାଇଁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ । ସେହି ଅନୁସାରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଶ୍ରୀ ମଲ୍ଲିକ କହିଛନ୍ତି । ଚଳିତ ନିର୍ବାଚନରେ ତାଙ୍କ ଏକମାତ୍ର ପ୍ରାଥମିକତା ରେମୁଣା ନିବଙାଚନ ମଣ୍ଡଳୀର ବିକାଶ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଏହା ସହିତ ଯୁବବର୍ଗଙ୍କ ନିଯୁକ୍ତିକୁ ନେଇ ସେ ଅଭିଯାନ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।