ଯୋଗ ପ୍ରଶିକ୍ଷଣ ଶିବିର, ଦିଆଗଲା ୨୦ ପ୍ରକାରର ଶିକ୍ଷା

ମାଲକାନଗିରି : ମାଲକାନଗିରି ଜିଲା ଖଇରପୁଟ ବ୍ଲକର କଦମଗୁଡା ପଞ୍ଚାୟତ ଅନ୍ତର୍ଗତ କଡମଗୁଡ଼ା ଗ୍ରାମରେ ବିଏସଏଫ ୧୫୧ ବାଟାଲିୟନ ଖଇରପୁଟ କ୍ୟାମ୍ପ ତରଫରୁ ଏକ ପ୍ରଶିକ୍ଷଣ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏ ଶିବିର ଦୀର୍ଘ ୧୫ ଦିନ ଧରି ବିଏସଏଫ ଯୋଗ ପ୍ରଶିକ୍ଷକଙ୍କ ସହଯୋଗରେ କଦମଗୁଡା ଗ୍ରାମର ଅଧିବାସୀ ମାନକୁ ତାଲିମ ପ୍ରଦାନ କରାଯାଇଥିଲା। ଏଥିରେ ଯୋଗର ମହତ୍ତ୍ଵ,ଉପକାରିତା ଏବଂ ଦୈନଦିନ ଜୀବନରେ କିପରି ପ୍ରଭାବ ପକାଇ ଥାଇ ସେ ବିଷୟରେ ବୁଝାଇ ଥିଲେ ।
ଯୋଗର ପ୍ରାୟ ୨୦ ପ୍ରକାରର ଶିକ୍ଷା ଦିଆଯାଇଥିଲା। ଶିବିରରେ ବୃଦ୍ଧ, ପୁରୁଷ, ମହିଳା, ଯୁବ ଗୋଷ୍ଠି, ସ୍କଲ ପିଲା ମାନେ ଅଂଶ ଗ୍ରହଣ କରିଥିଲେ । ଏହି ୧୫ ଦିନର ଯୋଗ ଶିଖିଲା ପରେ ଅନେକ ଉପକାର ପାଇଛନ୍ତି ବୋଲି ଆଜି ସେମାନେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୦୦ ଜଣ ଭାଗ ନେଇଥିଲେ । ଏହି କାର୍ଯ୍ୟକୁ ସମ୍ପନ୍ନ କରିବାରେ ଗ୍ରାମର ଯୁବକ ସଂଘର କର୍ମକର୍ତ୍ତା ଓ ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟ ନାରାୟଣ ଜିଗଡି ବିଶେଷ ଯୋଗଦାନ ଦେଇଥିଲେ । ବିଏସଏଫର ଆସିଷ୍ଟାଣ୍ଟ କମାଡ଼ାଣ୍ଟ ରାକେଶ କୁମାର ପରିଚାଳନା କରିଥିଲେ ଓ ଏସଆଇ ନିରଞ୍ଜନ ସିଂ, ନରହରି ଶତପଥୀ ଓ ପ୍ରଶିକ୍ଷକ ମହମ୍ମଦ ଆୟୁବ, ଧର୍ମେନ୍ଦ୍ର ତିୱାରୀ, ମିହିର ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉପସ୍ଥିତ ଲୋକ ମନକୁ ଜାତୀୟ ପତାକାର ମହତ୍ତ୍ଵ ବିଷୟରେ କମାଡିଂ ଅଫିସର ଶ୍ରୀ ରାକେଶ କୁମାର କହିଥିଲେ । ପଞ୍ଚାୟତର ଲୋକ ମାନେ ଏହାକୁ ସ୍ଵାଗତ କରିବା ସହ ଭାରତ ମାତା କି ଜୟ ଶ୍ୱୋଗାନ୍ ଦେଇଥିଲେ ଓ ଉପସ୍ଥିତ ସମସ୍ତ ଲୋକ ମାନଙ୍କୁ ମିଳିମିଶି ଦେଶ ସେବା କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ପରିଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା ।