ଯମ ଦେଖିଥିଲା ଗଛମୂଳରେ କାଳବୈଶାଖୀ ପ୍ରଭାବରେ ଅକାଳରେ ଟଳି ପଡିଲେ
ଗର୍ଭବତୀ ମହିଳା ସମେତ ୩ ମହିଳା ,୫ ଗୁରୁତର
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଏନଏସି ୧୪ନ.ୱାର୍ଡ ଅଙ୍କୁରା ସାହିର ଘଟିଛି ଏକ ଅଭାବନୀୟ ଦୁଃଖଦ ଘଟଣା ।ସତେ ଯେମିତି ଯମ ଆମ୍ବଗଛ ମୂଳେ ଲୁଚିଥିବା ।ଶଵ ସତ୍କାର କରିବାକୁ ଯାଇ ଶେଷରେ ନିଜେ ଶବ ହୋଇଗଲେ । ସୂଚନାଯୋଗ୍ୟ ଅଙ୍କୁରା ଗ୍ରାମରମୁକ୍ତା ମୁଣ୍ଡାଙ୍କର ଆଜି ସକାଳ ମୃତ୍ୟୁ ହୋଇଥିବା ଖବର ପାଇ ନାତି ପରିଜନ ଅନ୍ତିମ କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିଲେ।ହଠାତ୍ ଆଜି ଅପରାହ୍ନରେ କାଳ ବୈଶାଖୀ ଆସିବା ଫଳରେ ପ୍ରବଳ ବର୍ଷା,ପବନ,ଘଡଘଡି , ବିଜୁଳି ହୋଇଥିଲା ।ଆକାଶ ତମସାଛନ୍ନ ହୋଇଥିଲା ।ବିଜୁଳି ତୁହାକୁ ତୁହା ବର୍ଷା ଫଳରେ ଏକ ଆମ୍ବ ଗଛ ମୂଳରେ ମୁକ୍ତାର ସଂମ୍ପର୍କୀୟମାନେ ଆଶ୍ରୟ ନେଇଥିଲେ । ହଠାତ୍ ଆମ୍ବ ଗଛକୁ ଚଡ଼କ ମାରିବା ଫଳରେ ସୁଭାଷିନୀ ଦାସ(୭୦),ଜୀବନୀ ନାଏକ(୩୦), ଗର୍ଭବତୀ ମହିଳା ହେମବତୀ ହୋ(୨୫) ଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁବତୀ ନାଏକ,ମାଳତୀ ନାଏକ,ସୋନାଲି ବାସ୍କେ ଏବଂ ଦେଢ଼ ବର୍ଷରୁ ଶିଶୁ ତେଜଶ୍ବରୀ ନାଏକ ଗୁରୁତର ହୋଇଥିଲେ । ସମସ୍ତଙ୍କୁ କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ଖବର ପାଇ ଡାକ୍ତରଖାନା ଲୋକାରଣ୍ୟ ହୋଇ ଉଠିଥିଲା । ମୃତକ ପରିବାର ଏବଂ ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ଡାକ୍ତରଖାନା ଉଠୁଥିଲା ପଡୁଥିଲା ।ଖବର ପାଇ ମହିଳା, ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ,, ଗିରିଧାରୀ ପୃଷ୍ଟି, କରଂଜିଆ ପୌରାଧ୍ଯକ୍ଷା ପପି ପୃଷ୍ଟି,ବିଜୁ ଗ୍ରାମ ସେତୁ ଉପଦେଷ୍ଟା ଦିଲିପ ସାହୁ ,ପୋଲିସ ଓ ପ୍ରଶାସନ ଏବଂ ଅନ୍ୟମାନେ ଡାକ୍ତରଖାନାରେ ପହଞ୍ଚି ପିଡିତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ଆବଶ୍ୟକୀୟ ସହାୟତା ଯୋଗାଇଥିଲେ ।