ଆପଣଙ୍କ ପାଟିର ଦୁର୍ଗନ୍ଧକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏହା ପଛର ୩ଟି ପ୍ରକୃତ କାରଣ
ଯଦି ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଆପଣ ନିଜ ପାଟି ସଫା ନ କରନ୍ତି ତେବେ ଦୁର୍ଗନ୍ଧ ହେବା ସାଧାରଣ କଥା କିନ୍ତୁ ଅନେକ ଥର ଆପଣ ଧ୍ୟାନ ଦେଇଥିବେ ଯେ ପ୍ରତିଦନି ଭଲ ଭାବେ ବ୍ରଶ କରନ୍ତି ଏହା ପରେ ବି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ସାଧାରଣତଃ ଆପଣ ନିଜ ବନ୍ଧୁଙ୍କ ନିକଟରେ ବସିବାକୁ ଲାଜ ଲାଗିଥାଏ କାରଣ ହେଉଛି ପାଟି ଦୁର୍ଗନ୍ଧ । ତେବେ ଆସନ୍ତୁ ଜାଣିବା କେଉଁ କାରଣରୁ ପାଟିରେ ଖରାପ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ ।
ପାଟିର ଦୁର୍ଗନ୍ଧର ୩ଟି କାରଣ :-
କମ୍ ପାଣି ପିଇବା :
ଆମ ଶରୀରରେ ଅଧିକାଂଶ ଅଂଶ ଜଳରେ ଗଠିତ ତେଣୁ ଶରୀରରେ କଦାପି ଜଳର ଅଭାବ ରହିବା ଉଚିତ୍ ନୁହେଁ ନଚେତ ଆପଣ ଡିହାଇଡ୍ରେସନର ଶିକାର ହେବେ । ଯାହା ଦ୍ବାରା ଆପଣଙ୍କ ପାଟିରେ ଲାଳର ଉତ୍ପାଦନ କମିବା ଆରମ୍ଭ ହୋଇଥାଏ । ଏହି କାରଣରୁ ମୁହଁ ଶୁଖି ଥାଏ ଏବଂ ଜୀବାଣୁ ବଢିବା ଆରମ୍ଭ କରିଥାଏ ପାଟିରେ । ବହୁ ସମୟରେ ଖାଦ୍ୟ ଦାନ୍ତରେ ଫସି ରହିଥାଏ ଯେଉଁ କାରଣରୁ କ୍ୟାଭିଟିର କାରଣ ହୋଇଥାଏ । ଏଥିପାଇଁ ଜରୁରୀ ଆପଣ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ । ଏହା ବ୍ୟତୀତ ଖାଦ୍ୟ ଖାଇବା ପରେ ଆପଣ ଉଷୁମ ପାଣିରେ ଲୁଣ ପକାଇ କୁଳି ମଧ୍ୟ କରିପାରିବେ । ଏହା ଦ୍ବାରା ଆପଣ ନିଜ ପାଟିର ଦୁର୍ଗନ୍ଧକୁ କମ୍ କରିପାରିବେ ।
ନିଦ ଏବଂ ଆଣ୍ଟି-ଡିପ୍ରେସନ୍ ଔଷଧ :
ଯେଉଁ ଲୋକେ ରାତିରେ ଶୋଇପାରୁ ନାହାନ୍ତି କିମ୍ବା ସେମାନେ ଡିପ୍ରେସନର ଶିକାର ହେଉଛନ୍ତି ତେବେ ସେମାନେ ଔଷଧ ସେବନ କରିଥାଆନ୍ତି । ଏହି ଔଷଧ ହିଁ ପାଟିର ଦୁର୍ଗନ୍ଧର କାରଣ ହୋଇଥାଏ । ଏଥିପାଇଁ ଆପଣ ତରଳ ଖାଦ୍ୟ ଗ୍ରହଣ କରନ୍ତୁ, ପଇଡ ପାଣି ପିଅନ୍ତୁ, ଲେମ୍ବୁ ପାଣି ପିଅନ୍ତୁ । ନିଜ ମନକୁ ଶାନ୍ତ ରଖନ୍ତୁ ଏବଂ କୌଣସି ଟେନସନ୍ ନ ନିଅନ୍ତୁ । ଏହା ଦ୍ବାରା ଆପଣଙ୍କୁ ଭଲ ନିଦ୍ରା ଆସିବ ଏବଂ ପାଟି ଦୁର୍ଗନ୍ଧ ଦୂର ହେବ ।
କଫି :
ଭାରତରେ କଫି ପ୍ରେମୀଙ୍କ କୌଣସି ଅଭାବ ନାହିଁ କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ପାଇଁ କ୍ଷତି ଦେଇଥାଏ । କଫିରେ କୈଫନ୍ ପ୍ରଚୁର ପରିମାଣରେ ମିଳିଥାଏ ଯାହା ଆମ ଶରୀରରୁ ଜଳର ପରିମାଣକୁ ଶୀଘ୍ର ବାହାର କରିଥାଏ । ଏହାର ଅତ୍ୟଧିକ ବ୍ୟବହାର ପାଟିରେ ଥିବା ଲାଳର ଉତ୍ପାଦନକୁ କମ କରିଥାଏ । ଯେଉଁ କାରଣରୁ ଜୀବାଣୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ ଏବଂ ଦୁର୍ଗନ୍ଧର କାରଣ ହୋଇଥାଏ ।