ବିଶ୍ୱ ନିଦ୍ରା ଦିବସ-୨୦୨୩ ! କମ ସମୟ ଶୋଇବା ଦ୍ୱାରା ହୋଇଥାଏ ଏହି ସବୁ ସମସ୍ୟା, ହୋଇଯାଆନ୍ତୁ ସାବଧାନ
ଆଜି ବିଶ୍ୱ ନିଦ୍ରା ଦିବସ-୨୦୨୩ । ଶୋଇବା କାହାକୁ ବା ପସନ୍ଦ ନୁହେଁ । ଭଲ ନିଦ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ନିଦ ମସ୍ତିଷ୍କ ପରିଚାଳନା ସହ ମେଟାବୋଲିଜିମ୍, ରୋଗ ପ୍ରତିରୋଧକ ଶକ୍ତି, ହରମୋନ୍ , ଭୋକ ନିୟନ୍ତ୍ରଣ ଓ ହୃଦ୍ରୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପ୍ରତ୍ୟେକ ଦିନ ରାତିରେ ୭ରୁ ୮ ଘଣ୍ଟା ଶୋଇବା ଦରକାର। ଯଦି ଜଣେ ମଣିଷ ରାତିରେ ୭ରୁ ୮ ଘଣ୍ଟା ଶୋଇନଥାଏ ତାହାଲେ ଦିନରେ ନିଦ ଲାଗିବା ସହ ଚିଡ଼ଚିଡ଼ା, ମାନ୍ଦା ଲାଗିବା ସହ ଦୁର୍ବଳ ମଧ୍ୟ ଲାଗିଥାଏ ।
ଡାକ୍ତରଙ୍କ କହିବା ଅନୁଯାୟୀ, ସ୍ବଳ୍ପ ସମୟ ଶୋଇବା ଶରୀର ଉପରେ ଅନେକ ପ୍ରତିକୂଳ ପ୍ରଭାବ ପକାଇଥାଏ । ଫଳରେ ମାନସିକ ଚାପ, ଉଦାସୀନତା, ଉଚ୍ଚ ରକ୍ତଚାପ, ହୃଦରୋଗ ଭଳି ଦୀର୍ଘକାଳୀନ ରୋଗ ଓ ଗର୍ଭାବସ୍ଥାର ଜଟିଳତା ଭଳି ସମସ୍ୟା ଦେଖାଦେଇଥାଏ । ଏସବୁ ରୋଗ ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ନିଦ ନ ଆସିବା ବା ଠିକ୍ ସମୟରେ ନ ଶୋଇବା ଆଜିକାଲି ଏକ ସାଧାରଣ ସମସ୍ୟା ଭାବେ ଉଭା ହୋଇଛି । ତେବେ ସମୟ ଥାଉ ଥାଉ ଏନେଇ ଧ୍ୟାନ ନଦେଲେ ଏହା ଗମ୍ଭୀର ସମସ୍ୟା ଭାବେ ଉଭା ହୋଇପାରେ। ଅଧ୍ୟୟନରୁ ଜଣାପଡିଛି ଯେ, ୧୮ ପ୍ରତିଶତ ଲୋକେ କମ ଶୋଇଥାଆନ୍ତି । କମ୍ ନିଦ୍ରା ଆମ ଶରୀର ଉପରେ ବହୁ ଖରାପ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ସେ ନେଇ ଆଲୋଚନା କରିବା ।
ଥକିଯିବା :
ନିଦର ଅଭାବ ସକ୍ରିୟ ଜ୍ଞାନ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରେ । ଏହା ଫଳରେ ଦିନସାରା କ୍ଳାନ୍ତ ଅନୁଭବ ହୋଇଥାଏ । କାମରେ ମନ ଲାଗିନଥାଏ । ଦିନସାରା ଶୋଇବାକୁ ଇଚ୍ଛା ହୋଇଥାଏ ।
ମୋଟାପଣ :
ଯଦି ଆପଣ ପର୍ଯ୍ୟନ୍ତ ପରିମାଣର ଶୋଉନାହାନ୍ତି ତାହାଲେ ଏହା ଦ୍ବାରା ଆପଣ ମୋଟାପଣର ମଧ୍ଯ ଶିକାର ହୋଇପାରନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁ ଲୋକେମାନେ ରାତିରେ ୫ ଘଣ୍ଟାରୁ କମ ସମୟ ଶୋଇଥାଆନ୍ତି । ସେମାନଙ୍କର ଓଜନ ବଢିବାର ଅଧିକ ସମ୍ଭାବନା ରହିଥାଏ ।
ବ୍ରେନ ଫୋଗ :
ଶୋଇବା ଅଭାବରୁ ମସ୍ତିଷ୍କରେ ବ୍ରେନ ଫୋଗ ପରି ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ ସୃଜନଶୀଳତାର ଅଭାବ, ଦୁଃଖ, ଦ୍ୱନ୍ଦ୍ୱ ଲକ୍ଷଣ ମଧ୍ୟ ଦେଖାଦେଇଥାଏ । ପର୍ଯ୍ୟାପ୍ତ ପରିମାଣର ନଶୋଇବା କାରଣରୁ କାର୍ଯ୍ୟରେ ମନ ଲାଗିନଥାଏ ।
ସୁଗାର ଲେବୁଲ ବୃଦ୍ଧି ପାଇଥାଏ :
ନିଦ ଅଭାବ ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ, ସେଥିମଧ୍ୟରୁ ଗୋଟିଏ ହେଉଛି ଉଚ୍ଚ ରକ୍ତରେ ଶର୍କରା ସ୍ତର । ଯେଉଁମାନେ ରାତି ଜଲଦି ଶୁଅନ୍ତି ନାହିଁ ବା ଭଲରେ ଶୋଇପାରୁ ନାହାଁନ୍ତି, ସେମାନଙ୍କର ରକ୍ତରେ ଶର୍କରା ସ୍ତରରେ ଅନିୟନ୍ତ୍ରିତ ହୋଇପାରେ ।
ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ :
ନିଦ୍ରାର ଅଭାବ ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । କମ ଶୋଇବା ଯୋଗୁଁ ଏହା ଦୁର୍ବଳ ହେବା ଆରମ୍ଭ କରେ ଯେଉଁଥିପାଇଁ ଶରୀର ଅତିଶୀଘ୍ର ସଂକ୍ରାମକ ରୋଗର ଶିକାର ହୁଏ । ତେଣୁ ଯଦି ଆପଣ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ ।