ବିଶ୍ୱ ପରିବେଶ ଦିବସ ! ପରିବେଶ ପ୍ରତି ରହିଥିବା ପ୍ରମୁଖ ବିପଦ
ପ୍ରକୃତି ଓ ପରିବେଶ ବିନା ପ୍ରାଣୀର ଅସ୍ତିତ୍ୱ ଅସମ୍ଭବ। ଏଣୁ ପ୍ରତିକୂଳ ଓ ଅନୁକୂଳ ପରିବେଶ କଥା ମଧ୍ୟ କୁହାଯାଇଥାଏ। ଏହି କଥା ମନେ ପକାଇଦେବାକୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଜୁନ୍ ୫ ରେ ସାରା ଦୁନିଆରେ ପରିବେଶ ଦିବସ ପାଳନ କରାଯାଉଛି। ପରିବେଶ ପ୍ରତି ବଢ଼ୁଥିବା ବିପଦକୁ ରୋକିବା ଏବଂ ଏହାର ସୁରକ୍ଷା କରିବାକୁ ଲୋକଙ୍କୁ ସଚେତନ କରିବା ପରିବେଶ ଦିବସ ପାଳନ କରିବା ପଛରେ ଉଦ୍ଦେଶ୍ୟ ରହିଛି।
ପରିବେଶକୁ ସଜାଡ଼ିବା ବା ଖରାପ କରିବା ପଛରେ କେବଳ ମାନବ ହିଁ ଉତ୍ତରଦାୟୀ। ଏଣୁ ପରିବେଶକୁ ଅନୁକୂଳ ଏବଂ ଉନ୍ନତି କରିବା ଲାଗି ଆମେ ଦାୟିତ୍ୱ ନେବା ଉଚିତ୍। ଆମର ଚେଷ୍ଟା ରହିବା ଉଚିତ୍ ଅନ୍ତତଃ ଯେପରି ଆମ ଆଖପାଖର ପରିବେଶ ପ୍ରକୃତିସ୍ଥ ହୋଇ ରହୁ। ଆଜି ସାରା ଦୁନିଆକୁ ବିଶ୍ୱ ମହାମାରୀ କରୋନା ଭୂତାଣୁର ଭୟ ଘାରିଛି। ହେଲେ କରୋନା ସ୍ଥିତି ଆସିବା ପରେ ପ୍ରକୃତିର ଏକ ନୂଆ ରୂପ ସାମ୍ନାକୁ ଆସିଲା। ଏହାପରେ ହୁଏତ ଆମକୁ ଅନୁଭବ ହୋଇଯିବା ଆବଶ୍ୟକ ଯେ, ଇଶ୍ୱର ଦତ୍ତ ଏହି ପ୍ରକୃତି କେତେ ସୁନ୍ଦର। ସମସ୍ତେ ଯଦି ନିଜ ନିଜ ନିକଟରେ ପରିବେଶକୁ ପ୍ରକୃତିସ୍ଥ କରି ରଖିବେ ଏ ଦୁନିଆ ଆହୁରି ସରସ ସୁନ୍ଦର ହୋଇଯିବ।
ଜଳବାୟୁ ପରିବର୍ତ୍ତନ :
ଦିନକୁ ଦିନ ପୃଥିବୀର ଜଳବାୟୁ ଅଧିକରୁ ଅଧିକ ଗରମ ହେବାରେ ଲାଗିଛି । ଏହାଫଳରେ ବିଶ୍ୱର ଅନେକ ସ୍ଥାନରେ ମରୁଡ଼ି, ବନ୍ୟା ବିତ୍ପାତ, ଛୋଟ ବଡ଼ ଝଡ଼ ଆଦି ପ୍ରାକୃତିକ ବିପର୍ଯ୍ୟୟ ଅଧିକରୁ ଅଧିକ ଦେଖିବାକୁ ମିଳୁଛି । ଏପରି ଲାଗି ରହିଲେ ଖୁବ୍ ଶୀଘ୍ର ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖାଦେବାର ସମ୍ଭାବନା ରହିଛି । ଯାହାଫଳରେ ପୃଥିବୀକୁ ଏହି ଜଳ ଓ ସ୍ଥଳ ଭାଗର ଭାରସାମ୍ୟରେ ଅସୁବିଧା ହେଲାଣି ।
ସମାଧାନ :
ଏହାର ସମାଧାନ ବି ଆମ ହାତରେ ରହିଛି । ସମସ୍ତେ ମିଳିମିଶି ଏହାକୁ ପାଳନ କଲେ କିଛିଟା ଆଶ୍ୱସ୍ତି ମିଳିପାରେ । ରୋଷେଇ କଲାବେଳେ କମ୍ ତାପ ବ୍ୟବହାର କରିବା, ଗାଡ଼ି କମ୍ ଚଲାଇବା, ଏଲଇଡି ବତୀ ବ୍ୟବହାର କରିବା, ମାଛମାଂସ କମ୍ ଖାଇବା ଆଦି କାର୍ଯ୍ୟକ୍ରମକୁ ରାଷ୍ଟ୍ରମାନେ ବ୍ୟକ୍ତିସ୍ତରରୁ ସଚେତନ କରେଇବାର ଦାୟିତ୍ୱ ନେଲେ ଏହାର କିଛି ସଫଳ ସମାଧାନର ସୂତ୍ର ମିଳିପାରନ୍ତା ।
ଜଙ୍ଗଲ ଧ୍ୱଂସ :
ରଚୁର ପରିମାଣରେ ଜଙ୍ଗଲ କଟା ହେବା ଫଳରେ ଏହା ସିଧାସଳଖ ପୃଥିବୀର ବିଶ୍ୱ ତାପନ ପ୍ରକ୍ରିୟା ଉପରେ ପ୍ରଭାବ ପକାଉଛି । ଯେତେବେଳେ ଜଙ୍ଗଲକୁ ଛାଡ଼ି ଆମେ ବଞ୍ôଚବା ଅସମ୍ଭବ ସେତେବେଳେ ଆମେ ଜଙ୍ଗଲ ଧ୍ୱଂସ କରିବାରେ ବ୍ୟସ୍ତ । ଖଣି ଖାଦାନ, କାଠର ଆବଶ୍ୟକତା ମେଣ୍ଟାଇବାକୁ ଯାଇ ଆମେ ଜଙ୍ଗଲ ଧ୍ୱଂସ କରିବାରେ ଲାଗି ପଡ଼ିଛୁ ଯାହାକି ଏକ ପ୍ରକାର ଆତ୍ମହତ୍ୟା କରିବାର ପ୍ରୟାସ ଠାରୁ କିଛି କମ୍ ନୁହେଁ । ଯଦି ବୃକ୍ଷରୋପଣ ଓ ନୂତନ ଜଙ୍ଗଲ ସୃଷ୍ଟି କରାନଯାଏ ତେବେ ଆଗାମୀ ୪୦ବର୍ଷ ମଧ୍ୟରେ ବାକି ୫୦ ପ୍ରତିଶତ ମଧ୍ୟ ଶେଷ ହୋଇଯିବ ।
ସମାଧାନ :
ୟକ୍ତିଗତସ୍ତରରୁ ଆରମ୍ଭ କରି ସରକାରୀସ୍ତର ପର୍ଯ୍ୟନ୍ତ ସମସ୍ତେ ଗଛଟିଏ ଲଗାଇବା ଓ ତାର ଯତ୍ନ ନେବା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ନିହାତି ଆବଶ୍ୟକ । ଆଜିର ଏହି ସଙ୍କଟମୟ ସ୍ଥିତିରେ ରାଜନୈତିକ ଇଛାଶକ୍ତି ବୃଦ୍ଧି ଓ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅସାଧୁ କାଠ ବ୍ୟବସାୟୀ ମାନଙ୍କୁ କଠୋର ଦଣ୍ଡ ମିଳିଲେ ଏମିତି ସଙ୍କଟରୁ ଉଦ୍ଧାର ମିଳିପାରେ ।
ପ୍ରଦୂଷଣ :
ପଣ ଯେଉଁଠି ବି ଥାଆନ୍ତୁ, ପ୍ରଦୂଷଣ ଯେ କୌଣସି ପ୍ରକାରେ ଆପଣଙ୍କ ନିକଟରେ ପହଞ୍ôଚବାଟା ଧାର୍ଯ୍ୟ । ଆମର ଦୈନନ୍ଦିନ ଜୀବନରେ ଯେବେଠୁ ପ୍ଲାଷ୍ଟିକର ବ୍ୟବହାର ଆରମ୍ଭ ହେଲାଣି ସେବେଠୁ ଏହା ପରିବେଶ ପ୍ରଦୂଷଣର ଏକ ପ୍ରମୁଖ କାରଣ ହୋଇ ଠିଆ ହୋଇଛି । ଆଧୁନିକ ଚଳଣୀରେ ପଲିଥିନ୍ ବା ଜରିର ପ୍ରଚଳନ ସବୁ ପ୍ରଦୂଷଣକୁ ଟପି ଯାଇଛି । ଏହାର ଧୂଆଁ ଓ ମାଟିରେ ମିଶି ନପାରିବାର ଗୁଣବତ୍ତା ପରିବେଶ ପାଇଁ କାଳ ହୋଇଛି ।
ଜୈବ ବିବିଧତା :
ମେ ବସବାସ କରୁଥିବା ଗ୍ରହ ପୃଥିବୀରେ ବାସ କରୁଥିବା ପ୍ରତିଟି ଜୀବର ପ୍ରକୃତି ପ୍ରତି କିଛି ନା କିଛି ଅବଦାନ ରହିଛି । ଖାଦ୍ୟ ଓ ଖାଦକ ପ୍ରକ୍ରିୟାରେ ଜଣେ ଅନ୍ୟଜଣକ ଉପରେ ନିର୍ଭରଶୀଳ । ଯଦି କୌଣସି କାରଣରୁ ଜଣକର ବଂଶ ଲୋପ ପାଏ, ତେବେ ଅନ୍ୟଟିର ବଞ୍ôଚବା ଅସହ୍ୟ ହୋଇପଡ଼େ । ଏହି ପ୍ରକ୍ରିୟାରେ ପ୍ରଜାପତି ଓ ମହୁମାଛିଙ୍କର ସଂଖ୍ୟାରେ ହ୍ରାସ ହେବା ମଣିଷ ସମାଜ ପ୍ରତି ପରିବେଶର ଏକ ସତର୍କ ସୂଚନା ।
ବରଫ ତରଳିବା :
ବିଶ୍ୱ ତାପନ ଯୋଗୁଁ ବରଫ ପାଲଟିଥିବା ସମୁଦ୍ରର ପାଣି ତରଳିବା ଦ୍ୱାରା ସମୁଦ୍ର ପତ୍ତନ ବୃଦ୍ଧି ପରିବେଶ ପାଇଁ ଯେତିକି ବିପଦ ସାଜିଛି ତାଠାରୁ ଆହୁରି ବିପଦ ଭାବେ ଉଭା ହୋଇଛି ପୃଥିବୀର ସୁମେରୁବୃତ୍ତ ଅଞ୍ଚଳର ବରଫ ତରଳିବା । ଏନ୍.ଆର.ସି.ଡ଼ି. ପକ୍ଷରୁ ଜଣାଯାଇଛି ଯେ ଆଣ୍ଟାର୍କଟିକା ଅଞ୍ଚଳର ଜଳସ୍ତର ଦୁଇଗୁଣା ବୃଦ୍ଧି ପାଇଛି ।
ମୃତ ସାମୁଦ୍ରିକ କ୍ଷେତ୍ର :
ମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଅନେକ ମୃତ ସାମୁଦ୍ରିକ ଅଞ୍ଚଳ ସୃଷ୍ଟି ହୋଇ ଥିବାର ବୈଜ୍ଞାନିକମାନେ ଲକ୍ଷ୍ୟ କରିଛନ୍ତି । ଯେଉଁଠି ଅମ୍ଳଜାନ ସୃଷ୍ଟି ହେବାରେ ବାଧା ଉପୁଜେ ତାହାକୁ ମୃତ ସାମୁଦ୍ରିକ ଅଞ୍ଚଳ କୁହାଯାଇଥାଏ । ସମଗ୍ର ବିଶ୍ୱରେ ଏହିପରି ୧୪୬ଟି ମୃତ ସାମୁଦ୍ରିକ ଅଞ୍ଚଳ ଠାବ କରାଯାଇଛି । ରାସାୟନିକ ସାରର କମ୍ ପ୍ରୟୋଗ ଫଳରେ ଏହି ଅଞ୍ଚଳ ୧୯୯୧ ଓ ୨୦୦୧ ମସିହାରେ ତାର ପୂର୍ବାବସ୍ଥାକୁ ଫେରି ଆସିଥିଲା ।
ଜନସଂଖ୍ୟା ବୃଦ୍ଧିର ବିସ୍ଫୋରଣ :
ନସଂଖ୍ୟା ବୃଦ୍ଧି ବିଶ୍ୱ ପରିବେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏବେ ଆମ ପୃଥିବୀରୁ ଜନସଂଖ୍ୟା ସାତ ବିଲିୟନ୍ରେ ପହଞ୍ôଚ ଯାଇଛି । ଏହା ଏତେ ମାତ୍ରାରେ ବଢ଼ୁଛି ଯେ ଆଉକିଛି ଦିନ ପରେ କୌଣସି ସମାଜ ବା ନିୟମ ଏହାକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହେବ ।
ଭାରତର ସ୍ଥିତି ଉଦ୍ବେଗଜନକ :
ବିଶ୍ୱର ପରିବେଶର ଚିତ୍ର କେତେ ଯେ ବିପଦଜନକ ଓ ସଙ୍କଟମୟ ଏକଥା ଜାଣିଲା ପରେ ଆମ ଦେଶ ଭାରତର ସ୍ଥିତି ଏ ଦିଗରେ ଉତ୍ସାହ ରହିବା ସ୍ୱାଭାବିକ ।
ପବନ :
ବାୟୁ ପ୍ରଦୂଷଣ ଆମ ଦେଶର ଏକ ଗମ୍ଭୀର ବିଷୟ । ରୋଷେଇ ପାଇଁ ବ୍ୟବହୃତ ଜାଳେଣି ବାୟୁ ପ୍ରଦୂଷଣର ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି । ଏହାବାଦ୍ ଶରତ ଋତୁରେ କୃଷି କାର୍ଯ୍ୟ ସରିବା ପରେ ଜମିରେ ଥିବା ନଡ଼ା ବା ଧାନ, ଗହମ ଓ ମକା ଗଛର ଅବଶେଷକୁ ଜାଳିବା ଦ୍ୱାରା ଆମ ଦେଶରେ ପବନ ବେଶି ପ୍ରଦୂଷିତ ହୋଇଥାଏ ବୋଲି ପରିବେଶବିତ୍ ମାନେ ମତବ୍ୟକ୍ତ କରିଥାନ୍ତି । ୧୯୮୧ ମସିହାରେ ଲାଗୁ କରାଯାଇଥିବା ବାୟୁ ପ୍ରଦୂଷଣ ଅଧି ନିୟମ ଫଳରେ କିଛିଟା ସଫଳତା ମିଳିଛି । ତଥାପି ୨୦୨୧ ମସିହା ସୁଦ୍ଧା ବିଶ୍ୱ ବାୟୁପ୍ରଦୂଷଣ କ୍ଷେତ୍ରରେ ବିଶ୍ୱର ୧୮୦ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୪୧ରେ ରହିଛି ।
ଜଳ ପ୍ରଦୂଷଣ :
ରତବର୍ଷରେ ଜଳକଷ୍ଟ ଓ ଜଳ ପ୍ରଦୂଷଣ ବି ଆଉ ଏକ ବଡ଼ ସମସ୍ୟା । ଏହି ସମସ୍ୟାର ପ୍ରମୁଖ କାରଣ ହେଉଛି ଏହାର ଖୋଲାମେଲା ନାଳ, ନର୍ଦ୍ଦମା ଓ ଏହାର ଉଦାସୀନ ଜଳ ନିଷ୍କାସନ ପଦ୍ଧତି । କଳ-କାରଖାନାରୁ ବାହାରୁଥିବା ବିଷାକ୍ତ ଓ ଦୂଷିତ ଜଳ ନଦୀ, ନାଳ ଓ ସମୁଦ୍ରରେ ମିଶିବା ଦ୍ୱାରା ଜଳ ପ୍ରଦୂଷିତ ହୁଏ ।
ମୃତ୍ତିକାକ୍ଷୟ ଓ ପ୍ରଦୂଷଣ :
ଆମ ଦେଶ ଭାରତର ଆଉ ଏକ ପ୍ରମୁଖ ପରିବେଶ ପ୍ରଦୂଷଣଜନିତ ବିପଦ ହେଉଛି ମୃତ୍ତିକାକ୍ଷୟ । ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ ପ୍ରକ୍ରିୟା ଫଳରେ ଅନିୟମିତ ସ୍ୱଳ୍ପ ବର୍ଷା ମରୁଡ଼ି ଡାକି ଆଣୁଥିବା ବେଳେ କେତେବେଳେ ଏହାର ଭୟଙ୍କର ରୂପ ପ୍ରବଳ ବର୍ଷାର ରୂପ ଧରି ଭୟଙ୍କର ବନ୍ୟା ବିପତ୍ତିକୁ ଡାକି ଆଣୁଛି । ଫଳରେ ନଦୀ ଓ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମୃତ୍ତିକାକ୍ଷୟ ହୋଇ ସମୁଦ୍ରରେ ମିଶୁଛି । ୧୯୯୫ରୁ ୨୦୧୦ ମଧ୍ୟରେ ଭାରତ ପରିବେଶ ପ୍ରଦୂଷଣ କ୍ଷେତ୍ରରେ ବ୍ୟାପକ ଉନ୍ନତି କରିଥିଲେ ମଧ୍ୟ ଆଜି ବି ଏହାର ସଙ୍କଟମୟ ପରିସ୍ଥିତି ମଧ୍ୟରେ ଗତି କରୁଛି । ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଥିବା ଓ ମୃତ୍ତିକାକ୍ଷୟକୁ ପ୍ରତିରୋଧ କରୁଥିବା ଉପକାରୀ ଜଙ୍ଗଲ ଧ୍ୱଂସ ହେବା ଯୋଗୁଁ ଏବଂ ଏହି ସବୁ ଜଙ୍ଗଲର ପୁନଃ ସୃଷ୍ଟି ନ ହୋଇ ପାରିବା କାରଣରୁ ମୃତ୍ତିକାକ୍ଷୟ ଭଳି ଗୁରୁତର ସମସ୍ୟା ସୃଷ୍ଟି ହୋଇଛି । ଭାରତର ସମୁଦ୍ରତଟବର୍ତ୍ତୀ ରାଜ୍ୟମାନଙ୍କରେ ମୃତ୍ତିକାକ୍ଷୟ ଘଟି ଅନେକ ଗ୍ରାମ ନିଶ୍ଚିହ୍ନ ହୋଇଯିବାର ଦୃଷ୍ଟାନ୍ତ କିଛି କମ୍ ନୁହେଁ । ଓଡ଼ିଶାରେ ୧୯୯୯ ମହାବାତ୍ୟାର କରାଳ ରୂପ ପ୍ରତ୍ୟକ୍ଷ ଅନୁଭବ ହିଁ ଜାଣିଛି । ପରିବେଶ ପ୍ରଦୂଷଣ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଏକ ଚରମ ଚେତାବନୀ । ପ୍ରତି ମୁହୂର୍ତ୍ତରେ ଓ ପ୍ରତିଟି ବିଶ୍ୱବାସୀ ଯଦି ଏହି ଗମ୍ଭୀର ଓ ଗଭୀର ବିଷୟ ପ୍ରତି ସଚେତନ ନହେବେ, ତେବେ ଆମ ଏ ସୁନ୍ଦର ପୃଥିବୀ ଖୁବ୍ ଶୀଘ୍ର ତାର ଅସ୍ଥିତ୍ୱ ହରାଇବ ଏଥିରେ ତିଳେମାତ୍ରେ ସନ୍ଦେହର ଅବକାଶ ନାହିଁ ।