ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ କୋଟି ଛୁଇଁଲା
ନୂଆଦିଲ୍ଲୀ : ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶୁକ୍ରବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୩୯ହଜାର ୧୦୦ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୧୪ଲକ୍ଷ ୫ହଜାର ୬୩୦କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୦କୋଟି ୪୮ଲକ୍ଷ ୭୩ହଜାର ୫୫୬ ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୨୪ଲକ୍ଷ ୩୨ହଜାର ୯୭୪ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୧୨ଲକ୍ଷ ୪୨ହଜାର ୫୬୭ ସଂକ୍ରମିତ ଓ ୫ଲକ୍ଷ ୬୬ହଜାର ୨୫୫ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୪ଲକ୍ଷ ୪୨ହଜାର ୭୧୭ସଂକ୍ରମିତ ଓ ୩ଲକ୍ଷ ୨୫ହଜାର ୫୫୯ମୃତ, ଫ୍ରାନ୍ସରେ ୪୬ ଲକ୍ଷ ୯୫ ହଜାର ୮୨ ସଂକ୍ରମିତ ଓ ୯୫ ହଜାର ୯୭୬ ମୃତ, ଋଷିଆରେ ୪୫ ଲକ୍ଷ ୫୪ ହଜାର ୨୬୪ ସଂକ୍ରମିତ ଓ ୯୯ ହଜାର ୨୩୩ ମୃତ, ୟୁକେରେ ୪୩ ଲକ୍ଷ ୫୦ ହଜାର ୨୬୬ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୭୬୪ ମୃତ, ଇଟାଲିରେ ୩୬ ଲକ୍ଷ ୭ ହଜାର ୮୩ ସଂକ୍ରମିତ ଓ ୧ଲକ୍ଷ ୯ ହଜାର ୮୪୭ମୃତ, ତୁର୍କୀରେ ୩୩ ଲକ୍ଷ ୫୭ ହଜାର ୯୮୮ ସଂକ୍ରମିତ ଓ ୩୧ ହଜାର ୭୧୩ ମୃତ, ସ୍ପେନରେ ୩୨ ଲକ୍ଷ ୯୧ ହଜାର ୩୯୪ ସଂକ୍ରମିତ ଓ ୭୫ ହଜାର ୫୪୧ମୃତ, ଜର୍ମାନୀରେ ୨୮ ଲକ୍ଷ ୫୪ ହଜାର ୧୩୭ ସଂକ୍ରମିତ ଓ ୭୭ ହଜାର ୨୪୪ ମୃତ, କଲମ୍ବିଆରେ ୨୪ ଲକ୍ଷ ୧୭ ହଜାର ୮୨୬ ସଂକ୍ରମିତ ଓ ୬୩ ହଜାର ୬୧୪ ମୃତ ରହିଛନ୍ତି ।