ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ : ଆଘାତ ଯୋଗୁଁ ଓହରିଲେ ସିନ୍ଧୁ
ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ । ମାତ୍ର ଏହା ପୂର୍ବରୁ ଭାରତକୁ ଏକ ଝଟକା ଲାଗିଛି । ଦୁଇ ଅଲିମ୍ପିକ୍ସ ପଦକ ବିଜେତା ତଥା ଗତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ବିଜୟିନୀ ମହିଳା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ରେ ଆଘାତ ଜନିତ କାରଣ ନେଇ ଭାଗ ନେଇପାରିବେ ନାହିଁ । ସୂଚନା ଯେ, ସିନ୍ଧୁ ୨୦୧୯ରେ ବିଶ୍ୱ ଚାମ୍ପିୟନ୍ସିପ୍ ଟାଇଟଲ୍ ଜିତିଥିବାବେଳେ ଅନ୍ୟ ବିଶ୍ୱ ଚାମ୍ପିୟନସିପ୍ ରେ ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି ।