ମହିଳା ବିଶ୍ୱକପ୍ : ଦକ୍ଷିଣ ଆଫ୍ରିକାକୁ ୨୭୫ ରନ୍ର ଟାର୍ଗେଟ୍ ଦେଲା ଭାରତ
ନୂଆଦିଲ୍ଲୀ : ମହିଳା ବିଶ୍ୱକପର ଏକ କରବା ମର ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୭୪ ରନ୍ କରିଛି । ଏହାସହ ଦକ୍ଷିଣ ଆଫ୍ରିକାକୁ ୨୭୫ ରନ୍ର ଟାର୍ଗେଟ୍ ଦେଇଛି । ଆଜିର ମୁକାବିଲା ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । କାରଣ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କଲେ ଦଳ ସେମିଫାଇନାଲରେ ପ୍ରବେଶ କରିବ । ଶେଷ ଖବର ସୁଦ୍ଧା ଦକ୍ଷିଣ ଆଫ୍ରିକା ବିନା କୌଣସି ଓ୍ୱିକେଟରେ ୧ ରନ୍ କରିଥିବା ସୂଚନା ମିଳିଛି ।
ସୂଚନାନୁସାରେ, ରବିବାର ପ୍ରଥମେ ଟସ ଜିତି ବ୍ୟାଟିଂ ପାଇଁ ଓହ୍ଲାଇଥିଲା ଭାରତ । ଦଳ ପକ୍ଷରୁ ଓପନିଂ ଯୋଡିରେ ଆସିଥିବା ସ୍ମୃତି ମନ୍ଧାନା ଓ ସେଫାଳୀ ବର୍ମା ଭଲ ରନ୍ କରିଥିଲେ । ଉଭୟେ ଓପନିଂରେ ୯୧ ରନ୍ କରିଥିଲେ । ଶେଫାଳି ୫୩ ରନ୍ କରିଥିବା ବେଳେ ସ୍ମୃତି ୭୧ ରନ୍ କରି ପ୍ୟାବିଲିୟନ ଫେରିଥିଲେ । ସେହିପରି ମିତାଲି ରାଜ ୬୮ ଓ ହରମନପ୍ରିତ କୌର ୪୮ ରନ୍ କରି ଦଳର ସ୍କୋରକୁ ୨୭୪ ରନରେ ପହଁଚାଇଥିଲେ । ଫଳରେ ଦଳ ୭ ଓ୍ୱିକେଟ୍ ହରାଇ ୨୭୪ ରନ୍ କରିବାରେ ସକ୍ଷମ ହେବା ସହ ଦକ୍ଷିଣ ଆଫ୍ରିକାକୁ ୨୭୫ ରନର ଟାର୍ଗେଟ୍ ଦେଇଛି ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଶବନମ ଇସମାଇଲ୍ ଓ ମାସାବାଟା କ୍ଲାସ ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ଆୟାବୋଙ୍ଗା କାପ୍ ଓ ଚୋଲେ ଟ୍ରାଏନ୍ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ସେହିପରି ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଲିଜଲେ ଲି ଓ ଲୋରା ଭୋଲଭାଡର୍ଟଙ୍କୁ ପଡିଆକୁ ଓହ୍ଲାଇଛି । ଦଳ ଏବେ ୧ ରନ୍ କରିଛି ।