ବିଜେଡ଼ିର ମହିଳା ସମାବେଶ, ଦଳରେ ଫାଟ ନେଇ ଚର୍ଚ୍ଚା
ବାଲିଆପାଳ : ବାଲେଶ୍ୱର ଜିଲା ବସ୍ତା ନିର୍ବାଚନ ମଣ୍ଡଳୀର ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ବିଜୁଜନତା ଦଳ ପକ୍ଷରୁ ରବିବାର ପୂର୍ବାହ୍ନରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ମହିଳା ନେତ୍ରୀ ମିନତି ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବସ୍ତା ବ୍ଲକର ଜିଲାପରିଷଦ ବିଷ୍ଣୁ ପ୍ରିୟା ବୁଗୁଡ଼ି, ବସ୍ତା ବ୍ଲକର ବରିଷ୍ଠ ନେତା ମହାଦେବ ଦାସ, ବାଲିଆପାଳ ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ରବିନ୍ଦ୍ର ନାଥ ଅଣ୍ଡିଆ, ବରିଷ୍ଠ ନେତା ଭଗବାନ ଗିରି, ବିଷ୍ଣୁପୁର ପଞ୍ଚାୟତର ସରପଞ୍ଚ ମହେଶ୍ୱର ଜେନାଙ୍କ ସହିତ ବହୁ ସରପଞ୍ଚ, ସଦସ୍ୟ, ୱାର୍ଡ଼଼ମେମ୍ବର ଯୋଗଦେଇ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ମହିଳା ମାନେ ଘର କୋଣରେ ନରହି ଏସ୍ଏଚ୍ଜି ଗୃପ ମାଧ୍ୟମରେ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି । ଏହା କେବଳ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଛି ତେଣୁ ୨୦୨୪ ମସିହା ନିର୍ବାଚନରେ ପୁଣି ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ସମାବେଶରେ ଯୋଗ ଦେଇଥିବା ସମସ୍ତ ମହିଳା ଶପଥ ନେବା ସହିତ ବିଜୁପଟ୍ଟନାୟକଙ୍କୁ ଭରତ ରତ୍ନ ଉପାଧି ପ୍ରଦାନ ପାଇଁ ଦସ୍ତଖତ ଅଭିଆନ ଆରମ୍ଭ କରିଛନ୍ତି । ବାଲିଆପାଳ ବ୍ଲକ ବିଜେଡି ସଭାପତିଙ୍କ ସହିତ କୌଣସି ଜିଲ୍ଲାପରିଷଦ ସଦସ୍ୟ ସମାବେଶରେ ଉପସ୍ଥିତ ନଥିବାରୁ ବାଲିଆପାଳ ବିଜେଡିରେ ଫାଟ ଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।