ମହିଳା ହକି ବିଶ୍ୱକପ୍ : ଆଜି ଭାରତ-ଇଂଲଣ୍ଡ ମୁକାବିଲା
ଆମଷ୍ଟେଲଭିନ : ମହିଳା ହକି ବିଶ୍ୱକପ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ । ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ହେଲେ ଭାରତକୁ ପୁଲ୍ (ବି)ର ସମସ୍ତ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ବିଶ୍ୱ ମାନ୍ୟତାରେ ଇଂଲଣ୍ଡ ପଞ୍ଚମ ସ୍ଥାନରେ ରହିଛି । କିନ୍ତୁ ଭାରତର ମାନ୍ୟତା ନବମ ରହିଛି ।
ପୂର୍ବ ପ୍ରଦର୍ଶନ ଅନୁସାରେ ପ୍ରୋ ଲିଗ୍ରେ ଭାରତର ପ୍ରଦର୍ଶନ ଭଲ ରହିଥିଲା । ଗତ ସିଜନରେ ଦଳ ପଦାର୍ପଣ କରି ତୃତୀୟ ସ୍ଥାନ ହାସଲ କରିବା କିଛି କମ୍ କଥା ନୁହେଁ । ଭାରତ ଯେ କୌଣସି ଶକ୍ତିଶାଳୀ ଦଳକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି । ଇଂଲଣ୍ଡ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ବିଶ୍ୱକପ୍ରେ ଅଭିଯାନ ଆରମ୍ଭ କରିବାକୁ ଦଳ ଲକ୍ଷ୍ୟ ରଖିଛି । ପଏଣ୍ଟ ଭାଗ ଗଲେ ନ୍ୟୁଜିଲାଣ୍ଡ-ଚୀନ ପୁଲ ବି’ର ଏକ ମ୍ୟାଚ୍ରେ ଚୀନ ୨-୨ ଗୋଲରେ ନ୍ୟୁଜିଲାଣ୍ଡ ସହ ମ୍ୟାଚ୍ ଡ୍ର’ ରଖିଛି । ଏଥିସହ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ୨୪ ଓ ୪୮ ମିନିଟ୍ରେ ଏବଂ ଚୀନ ୩୩ ଓ ୪୩ ମିନିଟ୍ରେ ଗୋଲ୍ ସ୍କୋର କରିଥିଲେ । ଚିଲି ହାରିଲା ପୁଲ୍ ଏ’ର ଏକ ମ୍ୟାଚ୍ ଚିଲି ଓ ଜର୍ମାନୀ ମୁହାଁମୁହିଁ ହୋଇଥିଲେ । ଶକ୍ତିଶାଳୀ ଜର୍ମାନୀ ୪-୧ ଗୋଲରେ ବିଜୟୀ ହୋଇଛି । ଦଳ ପକ୍ଷରୁ ୯,୨୨, ୪୪ ଓ ୫୫ ମିନିଟ୍ରେ ଗୋଲ ହୋଇଥିଲା । ଚିଲି ୨୭ ମିନିଟରେ ଗୋଟିଏ ଗୋଲ୍ ପରିଶୋଧ କରିଥିଲା ।