ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଡ଼ାଙ୍ଗିରି ଗ୍ରାମର ଜଣେ ମହିଳା ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ହେଲେ ଡାକ୍ତର ମାରାଣ୍ଡିଙ୍କ ସ୍ତ୍ରୀ ମିନି ମାରାଣ୍ଡି (୨୦) ।
ଗତ ୨୦ ତାରିଖରେ ଘରେ ରୋଷଇ କରୁଥିବା ସମୟରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ନିଆଁରେ ପୋଡ଼ି ସେ ଗୁରୁତର ଆହତ ହୋଇଥିଲେ । ପରିବାରଲୋକେ ତାଙ୍କୁ ମେଡ଼ିକାଲ ନ ନେଇ ଘରେ ରଖି ଗାଉଁଲି ଚିକିତ୍ସା କରୁଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ଶୁକ୍ରବାର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏ ସମ୍ପର୍କରେ ରୂପସା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୧/୨୩) ରୁଜୁ ହୋଇ ଶନିବାର ମୃତଦେହ ବ୍ୟବଚ୍ଛେଦ ହୋଇଛି । ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି । ମୃତ ମହିଳାଙ୍କର ଜଣେ ଦୁଇ ମାସର ଶିଶୁ ପୁତ୍ର ଅଛି ।