କଂଗ୍ରେସ ବିନା ମଧ୍ୟ ଭାରତରେ ବିରୋଧୀ ଦଳ ସମ୍ଭବ : ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ : ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ପୁଣି କଂଗ୍ରେସ ପାର୍ଟି ଏବଂ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି । ସିଧାସଳଖ ଟାର୍ଗେଟ କରି ପ୍ରଶାନ୍ତ କହିଛନ୍ତି, କଂଗ୍ରେସ ବିନା ମଧ୍ୟ ଭାରତରେ ବିରୋଧୀ ଦଳ ସମ୍ଭବ । କଂଗ୍ରେସକୁ ପରାମର୍ଶ ଦେଇ ପିକେ କହିଛନ୍ତି ଦଳକୁ ବଞ୍ଚାଇବାକୁ ହେଲେ ଗାନ୍ଧି ପରିବାର ବାହାରୁ ଅନ୍ୟ କାହାକୁ ଲୋକତାନ୍ତ୍ରିକ ଉପାୟରେ ଦଳର ନେତୃତ୍ବ ଭାର ଦିଆଯିବା ଆବଶ୍ୟକ ।
ସେହିପରି ରାହୁଲ ଗାନ୍ଧିଙ୍କୁ ତୀବ୍ର ସମାଲୋଚନା କରି ସେ କହିଛନ୍ତି, ଗୋଟିଏ ଟ୍ବିଟ୍ ଏବଂ କ୍ୟାଣ୍ଡେଲ ମାର୍ଚ୍ଚରେ ଆପଣ ବିଜେପିକୁ ହରାଇପାରିବେନି । ୨୦୨୪ ସାଧରଣ ନିର୍ବାଚନରେ ବିଜେପିକୁ ହରାଇବାକୁ ବିରୋଧୀଙ୍କ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ପ୍ରଶାନ୍ତ କିଶୋର । ଏହା ସହିତ ବିରୋଧୀ ନେତୃତ୍ବଙ୍କୁ ନିଜର ପ୍ଲାନ୍ ବାବଦରେ ସୂଚନା ମଧ୍ୟ ଦେଇଛନ୍ତି ।