ଶୀତକାଳୀନ ଅଧିବେଶନ : ପ୍ରଥମ ଦିନରେ ଖାଲି ପଡିଛି ବିଧାନସଭା ସିଟ
ଭୁବନେଶ୍ୱର : ବିଧାନସଭାରେ ଦେଖିବାକୁ ମିଳିଛି ପଦ୍ମପୁର ପ୍ରଭାବ। ଶୀତକାଳୀନ ଅଧିବେଶନ ପ୍ରଥମ ଦିନରେ ଖାଁ ଖାଁ ଲାଗୁଥିଲା ବିଧାନସଭା। ଅଧିକାଂଶ ନେତାମାନେ ପଦ୍ମପୁର ରେ ଥିବାରୁ ବିଧାନସଭା ରେ ଅଧିକାଂଶ ସିଟ ଖାଲି ପଡିଥିଲା। ଉଭୟ ବିଜେଡି ଓ ବିଜେପି ଦଳର ଅନେକ ସଦସ୍ୟ ଅନୁପସ୍ଥିତ ଥିଲେ। ଶାସକ ଦଳର ସଦସ୍ୟଙ୍କ ଅନୁପସ୍ଥିତି କୁ ନେଇ ପ୍ରଶ୍ନ କରିଛି ବିଜେପି।
ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଗୃହରେ ଅତିରିକ୍ତ ବଜେଟ ଆସିବାକୁ ଥିବା ବେଳେ ଖୋଦ୍ ଅର୍ଥମନ୍ତ୍ରୀ ନ ରହିବା ଏହା ଗୃହ ପାଇଁ ଅସମ୍ମାନ । ଅର୍ଥମନ୍ତ୍ରୀ ଙ୍କ ବିନା ଅନୁପସ୍ଥିତ ରେ ଗୃହରେ ଆଉ କିଏ ବଜେଟ ଉପସ୍ଥାପନ କରିବେ ତାହା ଗଣତନ୍ତ୍ର କୁ ହତ୍ୟା । ଏହା ଖାଲି ଗୃହର ନୁହେଁ ରାଜ୍ୟ ପାଇଁ ଦୁର୍ଭାଗ୍ୟ । ବିଧାନସଭା କୁ ପଛରେ ପକାଇ ସେମାନେ ଉପନିର୍ବାଚନ ରେ ମାତିବା ବିଜେଡି ପାଇଁ ପଡିବ ମହଙ୍ଗା।ରାଜ୍ୟବାସୀ ସଠିକ୍ ସମୟରେ ଜବାବ ଦେବେ। ଧାମନଗର ହାରିବା ପରେ ବିଜେଡିକୁ ପରାଜୟ ଭୟ ଘାରିଛି।ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି ଉପନିର୍ବାଚନ ଯୋଗୁଁ ପଦ୍ମପୁରରେ ଅଛନ୍ତି ବହୁ ବିଧାୟକ। ତେଣୁ ଯେଉଁ ବିଧାୟକ ଭୁବନେଶ୍ୱର ରେ ଅଛନ୍ତି ସମସ୍ତେ ଗୃହରେ ଉପସ୍ଥିତ ରହିବାକୁ ପରାମର୍ଶ ଦେଲେ ନବୀନ। ବିଜେଡି ବିଧାୟକ ଦଳ ବୈଠକରେ ଦଳୀୟ ବିଧାୟକଙ୍କୁ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଅଂଶଗ୍ରହଣ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି। କଂଗ୍ରେସ ଉଭୟ ଦଳଙ୍କୁ ସମାଲୋଚନା କରିଛି।