କାହିଁକି ପାଳନ କରାଯାଏ ଗୁଡ଼ ଫ୍ରାଇଡ଼େ? ଜାଣନ୍ତୁ କ’ଣ ପାଇଁ ଯୀଶୁଙ୍କୁ ଦିଆଯାଇଥିଲା ଫାଶୀ

ସାଧାରଣତଃ ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଗୁଡ଼ ଫ୍ରାଇଡ଼େ ପାଳନ କରିଥାଆନ୍ତି । ସେମାନେ ଏହି ଦିନକୁ ଶୋକ ଦିବସ ଭାବେ ପାଳନ କରାଯାଇଥାଏ । ଏକ ଶୁକ୍ରବାର ଦିନ ଯିହୁଦୀ ଶାସକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅନେକ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ପରେ ତାଙ୍କୁ ଫାଶୀ ଦେଇଥିଲେ । ସେହି ଦିନଠାରୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଏହି ଦିନକୁ ଶୋକ ଦିବସ ଭାବେ ପାଳନ କରିଥାଆନ୍ତି ।
ସୂଚନା ଅନୁଯାୟୀ, ଯୀଶୁ ଖ୍ରୀଷ୍ଟ ମାନବ ସମାଜ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ। ସେଥିପାଇଁ ଖ୍ରୀଷ୍ଟିଆନ ଧର୍ମର ସମସ୍ତ ଲୋକ ଏହି ଦିନକୁ ଗୁଡ଼ ଫ୍ରାଇଡ଼େ ଭାବେ ପାଳନ କରନ୍ତି। ଏହି ଦିନକୁ ହୋଲି ଡ଼େ, ବ୍ଲାକ୍ ଫ୍ରାଇଡ଼େ ଓ ଗ୍ରେଡ଼ ଫ୍ରାଇଡ଼େ ମଧ୍ୟ କୁହାଯାଇଥାଏ । ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଏହି ଦିନକୁ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ଦିବସ ଭାବେ ପାଳନ କରିଥାଆନ୍ତି ।
ବାଇବଲ ଅନୁଯାୟୀ, ପ୍ରେମ, ଜ୍ଞାନ ଓ ଅହିଂସା ବାର୍ତ୍ତା ଦେଇଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାନବିକତା ପାଇଁ ଏହି ଦିନ ବଳି ଦେଇଥିଲେ। ପ୍ରଭୁ ଯୀଶୁ ମାନବଜାତିର କଲ୍ୟାଣ ପାଇଁ ପ୍ରେମ, ଜ୍ଞାନ ଓ ଅହିଂସା ବାର୍ତ୍ତା ଦେଇଥିଲେ। ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଲୋକଙ୍କ ବିଶ୍ବାସ ବଢିବାରେ ଲାଗିଥିଲା। ଯୀଶୁଙ୍କ ଲୋକପ୍ରିୟତା ଯିହୁଦୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବାକୁ ଲାଗିଥିଲା । ସେମାନେ ଅନୁଭବ କଲେ ଯେ ଯୀଶୁଙ୍କ ଲୋକପ୍ରିୟତା ହେତୁ ସେମାନଙ୍କ କ୍ଷମତା କମିଯିବ । ସେଥିଲାଗି ଯିହୁଦୀ ଶାସକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ପରେ ତାଙ୍କୁ କଣ୍ଟା ସାହାଯ୍ୟରେ ଫାଶୀରେ ଟାଙ୍ଗି ଦେଇଥିଲେ । କୁହାଯାଏ ଯେ, ଯେଉଁ ଦିନ ଏହି ଘଟଣା ଘଟିଥିଲା ସେ ଦିନ ଶୁକ୍ରବାର ଥିଲା । ଖ୍ରୀଷ୍ଟିଆନମାନଙ୍କର ପବିତ୍ର ବାଇବେଲରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ କଣ୍ଟା ସାହାଯ୍ୟରେ ଟଙ୍ଗା ଯାଇଥିଲା । ତା’ପରେ ତାଙ୍କୁ ଫାଶୀ ଦିଆଯାଇଥିଲା। କୁହାଯାଏ ଯେ, ଯେତେବେଳେ ଏହି ଘଟଣା ଘଟୁଥିଲା ସେ ସମୟରେ ପ୍ରାୟ ତିନି ଘଣ୍ଟା ଧରି ସମଗ୍ର ରାଜ୍ୟରେ ଅନ୍ଧକାର ଖେଳିଯାଇଥିଲା । ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ପରେ କବର ଗୁଡ଼ିକ ଭାଙ୍ଗିବା ଆରମ୍ଭ କଲା । କେତେକ ବିଶ୍ୱାସ ରହିଛି ଯେ, ଯୀଶୁ ଖ୍ରୀଷ୍ଟ ମୃତ୍ୟୁର ତିନି ଦିନ ପରେ ପୁନର୍ବାର ଜୀବିତ ହୋଇଯାଇଥିଲେ । ସେଦିନ ରବିବାର ଥିଲା । ସେଥିପାଇଁ ସମଗ୍ର ବିଶ୍ୱରେ ଏହା ଇଷ୍ଟର ରବିବାର ଭାବେ ଜଣାସୁଣା । ଏହାକୁ ମଧ୍ୟ ଏକ ପର୍ବ ପରି ପାଳନ କରାଯାଇଥାଏ ।
କ’ଣ ରହିଛି ମହତ୍ତ୍ବ :
ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ପ୍ରାୟତଃ ୪୦ ଦିନ ଧରି ଉପବାସ ରଖିଥାଆନ୍ତି, ଯେତେବେଳେ କି, କିଛି ଲୋକ କେବଳ ଶୁକ୍ରବାର ଦିନ ଉପବାସ ରଖନ୍ତି, ଏହାକୁ ଲେଣ୍ଟ ବୋଲି କୁହାଯାଏ। ଏହି ଦିନ ଲୋକମାନେ ଘରେ ଥିବା ସଜସଜ୍ଜ୍ୟା ଜିନିଷକୁ ଧଳା କପଡ଼ା ମାଧ୍ଯମରେ ଆଚ୍ଛାଦନ କରଥାଆନ୍ତି । ପରେ ପ୍ରଭୁ ଯୀଶୁ ନିଜ କ୍ଷମା ପ୍ରାର୍ଥନା କରି ଚର୍ଚ୍ଚ ଯାଇଥାଆନ୍ତି ।