କରୋନା ଉତ୍ପତ୍ତିର କାରଣ ଖୋଜିବ ଡବ୍ଲୁଏଚ୍ଓ
ୱାଶିଂଟନ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ ) ଏକ ନୂଆ ଟିମ୍ ସହ କରୋନା ସୃଷ୍ଟିର ଆଉ ଥରେ ତଦନ୍ତ ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ୨୦ ଜଣିଆ ବୈଜ୍ଞାନିକଙ୍କ ନୂଆ ଟିମ୍ ଗଠନ ହୋଇଛି। ଯାହା ଚୀନ୍ ଓ ଅନ୍ୟ ସ୍ଥାନର ଯାଞ୍ଚ କରିବ। ଏହି ନୂଆ ତଦନ୍ତକାରୀ ଦଳର ମାଧ୍ୟମରେ ଡବ୍ଲୁଏଚ୍ଓ କୋଭିଡ୍-୧୯ର ଉତ୍ପତ୍ତିର ତଦନ୍ତ ପୁଣି ଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି।
ଏହି ଟିମ୍ରେ ଜୈବ ସୁରକ୍ଷା ବିଶେଷଜ୍ଞ, ଲାବରେଟୋରୀ ସୁରକ୍ଷା, ଅନୁବଂଶିକବିତ୍ ଓ ପଶୁ-ରୋଗ ବିଶେଷଜ୍ଞ ସଂପୃକ୍ତ ଅଛନ୍ତି। ଯେଉଁମାନେ ଏହି କଥାରେ ସଚେତନ କି ଭାଇରସ ପ୍ରକୃତିରୁ କେମିତି ବ୍ୟାପିଥାଏ। ୱାଲ ଷ୍ଟ୍ରୀଟ୍ ଜର୍ନାଲ କହିଛି କି ଏହି ଦଳ ଚୀନ୍ ଓ ଅନ୍ୟ ସ୍ଥାନରେ ନୂଆ ପ୍ରମାଣର ତଲାସ କରିବେ। ପୂର୍ବରୁ ଡବ୍ଲୁଏଚ୍ଓ -ଚୀନ୍ର ଏକ ମିଳିତ ଯାଞ୍ଚ ଟିମ୍ ଚଳିତ ବର୍ଷ ମାର୍ଚ୍ଚରେ ଏହି ଭାଇରସ କୌଣସି ଲାବରେଟୋରୀରୁ ବାହାରକୁ ଆସିବାର ସମ୍ଭାବନାକୁ ଖାରଜ କରିଥିଲା। ଏହି ରିପୋର୍ଟକୁ ପର୍ଯ୍ୟବେକ୍ଷଣରେ ରଖି ଉହାନରେ ଅଧ୍ୟୟନର ୨ୟ ପର୍ଯ୍ୟାୟର ପ୍ରସ୍ତାବ ରଖିଥିଲେ, ଯେଉଁଥିରେ ଉହାନ ସହରରେ ଲାବରେଟୋରୀ ଓ ବଜାରର ଅଡିଟ୍ ବି ସାମିଲ ଅଛି। ଚଳିତ ସସ୍ତାହ ଶେଷ ସୁଦ୍ଧା ଗଠନ ହୋଇଥିବା ନୂଆ ଟିମ୍କୁ ଚୀନ୍ରୁ କଡ଼ା ପ୍ରତିରୋଧର ସାମନା କରିବାକୁ ପଡ଼ିପାରେ। ଡବ୍ଲୁଏଚ୍ଜେର ରିପୋର୍ଟରେ କୁହାଯାଇଛି କି ଡବ୍ଲୁଏଚ୍ଓର ମୂଳ ଟିମ୍କୁ ଭଙ୍ଗ କରିଦିଆ ଯାଇଛି। ଚାଇନା ସରକାର ଏହା ସ୍ପଷ୍ଟ କରିବାରେ ମନା କରି ଦେଇଛନ୍ତି କି ସେ ଦେଶରେ ନୂଆ ଟିମ୍କୁ ଅନୁମତି ଦେବେ କି ନାହିଁ।