୨୩ ରାଷ୍ଟ୍ରରୁ ଚିହ୍ନଟ ହେଲେଣି ‘ଓମିକ୍ରନ୍’ ସଂକ୍ରମିତ
ନୂଆଦିଲ୍ଲୀ : କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ଏବେ ୨୩ ରାଷ୍ଟ୍ରକୁ ବ୍ୟାପିବାରେ ଲାଗିଲାଣି। ୟୁରୋପୀୟର ଅଧିକାଂଶ ରାଷ୍ଟ୍ରରେ ଓମିକ୍ରନ୍ ଚିହ୍ନଟ ହୋଇଥିବାରୁ କଟକଣାକୁ ବଢ଼ାଇ ଦିଆଯାଇଛି । ୨୪ ନଭେମ୍ବରରେ ୟୁରୋପର ଓମିକ୍ରନ୍ ଚିହ୍ନଟ ହୋଇଥିବା ଘୋଷଣା ହୋଇଥିଲା । କରୋନାର ଅନ୍ୟ ପ୍ରଜାତିଠାରୁ ଓମିକ୍ରନ୍ ଅତ୍ୟନ୍ତ ସଂକ୍ରାମକ ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଅତ୍ୟନ୍ତ ଚିନ୍ତାଜନକ ପ୍ରଜାତି ବୋଲି କହିଛନ୍ତି। ‘ଡବ୍ଲୁଏଚଓ’ କହିଛି ଯେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ଅସୁସ୍ଥ ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକମାନେ ନିଜର ବୁଲାବୁଲି ବନ୍ଦ କରିଛନ୍ତି ।
ଟିକାକରଣ ପାଇଁ ରାଷ୍ଟ୍ର ସଂଘର୍ଷ କରୁଥିବା ବେଳେ ଓମିକ୍ରନ୍ର ଆବିର୍ଭାବ ଏବେ ସଙ୍କଟ ବଢ଼ାଇ ଦେଇଛି । ଓମିକ୍ରନ୍ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ଏବେ ଏହା ଅଷ୍ଟ୍ରେଲିଆ, ଇଟାଲି ଏବଂ ବ୍ରିଟେନ୍ ସମେତ ୨୩ ରାଷ୍ଟ୍ରକୁ ବ୍ୟାପିଲାଣି । ଅଷ୍ଟ୍ରେଲିଆର ସିଡ୍ନିରେ ୨ ଜଣ ଓମିକ୍ରନ୍ ପ୍ରଜାତିରେ ସଂକ୍ରମିତ ହୋଇଥିବା ୱେ ଜର୍ମାନୀରେ ୨ଟି ମାମଲା, କାନାଡ଼ାରେ ୨ଟି ମାମଲା, ନେଦରଲାଣ୍ଡ୍ , ଇସ୍ରାଏଲ, ସାଉଦି ଆରବ, ସ୍ବିଜରଲାଣ୍ଡ୍, ବେଲଜିୟମ, ଇଟାଲି, ହଂକଂରେ ବି ଓମିକ୍ରନ୍ ପ୍ରଜାତି ଚିହ୍ନଟ ହୋଇଛି । ତେବେ ସବୁଠୁ ଚିନ୍ତାଜନକ ହେଉଛି ଦକ୍ଷିଣ ଆଫ୍ରିକାରେ ଏବେ ସଂକ୍ରମଣ ରକେଟ ବେଗରେ ମାଡ଼ିଲାଣି । ନଭେମ୍ବର ମଧ୍ୟ ଭାଗରେ ଦକ୍ଷିଣ ଆଫ୍ରିକାରେ ଦୈନିକ ସଂକ୍ରମଣ ୩୦୦ ଥିବାବେଳେ ଏବେ ଦୈନିକ ସଂକ୍ରମଣ ୩୦୦୦ ଉପରେ ରହିଛି । ଏଥିରୁ ଅଧିକାଂଶ ଓମିକ୍ରନ୍ ପ୍ରଜାତିର ହୋଇଥିବାରୁ ଆତଙ୍କ ଖେଳିଯାଇଛି ।