କେବେଠୁ ଆରମ୍ଭ ହେଉଛି ଚୈତ୍ର ନବରାତ୍ରୀ? ଜାଣନ୍ତୁ ଏଥରକ ମା’ଙ୍କର ବାହାନ କଣ
ନବରାତ୍ରୀରେ ଦେବୀ ଦୁର୍ଗାଙ୍କୁ ପୂଜା କରିବାର ଅଧିକ ମହତ୍ୱ ରହିଛି । ପ୍ରତ୍ୟେକ ବର୍ଷ ନବରାତ୍ରୀରେ ଦେବୀ ଦୁର୍ଗା ତାଙ୍କର ଭିନ୍ନ ଭିନ୍ନ ବାହାନ ଉପରେ ବସି ଧରାବତରଣ କରିଥାନ୍ତି । ଏହି ଅବସରରେ ସାରା ଦେଶରେ ଦେବୀ ଦୁର୍ଗାଙ୍କର ୯ ଟି ସ୍ୱରୂପକୁ ପୂଜା କରାଯିବ । ମାନ୍ୟତା ରହିଛି ନବରାତ୍ରୀରେ ମା ଦୁର୍ଗାଙ୍କ ୯ ଟି ସ୍ୱରୂପକୁ ପୂଜା କରିବା ଦ୍ୱାରା ସ୍ୱତନ୍ତ୍ର ଭାବେ ମାଙ୍କ କୃପା ଲାଭ ହୋଇଥାଏ । ମାନ୍ୟତା ରହିଛି କି ନବରାତ୍ରୀ ପୂଜା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବର୍ଷକରେ ମୋଟ ୪ଟି ନବରାତ୍ରୀ ପଡିଥାଏ ସେଥିମଧ୍ୟରୁ ଚୈତ୍ର ନବରାତ୍ରୀ ଅନ୍ୟତମ । ତେବେ ଏହି ଅବସରରେ ଆସନ୍ତୁ ଜାଣିବା କେବେଠୁ ଆରମ୍ଭ ହେଉଛି ଚୈତ୍ର ନବରାତ୍ରୀ ଓ ଏଥରକ ମା’ଙ୍କର ବାହାନ କଣ….
ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚୈତ୍ର ନବରାତ୍ରୀ । ନବରାତ୍ରୀର ନଅ ଦିନ ଯାକ ମା ଦୁର୍ଗାଙ୍କ ନଅ ସ୍ୱରୂପଙ୍କୁ ପୂଜାର୍ଚ୍ଚନା କରିବାର ବିଧି ରହିଛି ।
ପ୍ରତ୍ୟେକ ବର୍ଷ ମା’ ଦୁର୍ଗା ଭିନ୍ନ ଭିନ୍ନ ବାହନ ଉପରେ ବସି ଧରା ପୃଷ୍ଠକୁ ଆଗମନ କରିଥାନ୍ତି । ଏହାର ବିଶେଷ ମହତ୍ୱ ରହିଛି । ସେହିପରି ଚଳିତବର୍ଷ ମା’ ନୌକାରେ ବସି ଧରାବତରଣ କରିବେ ।
ମାଙ୍କ ବାହନଙ୍କୁ ଶୁଭ-ଅଶୁଭର ପ୍ରତିକ ବୋଲି କୁହାଯାଏ । ଏହାଦ୍ୱାରା ପକୃତିଠୁ ନେଇ ମାନବ ଜାତି ଉପରେ ଏହାର ପ୍ରଭାବ ପଡିଥାଏ । ସେଥିପାଇଁ ମାଙ୍କ ବାହନର ଖୁବ୍ ମହତ୍ୱ ରହିଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ ଏଥରକ ମା ନୌକାରେ ବସି ଆସିବେ ଏହାର ଅର୍ଥ ହେଉଛି ସର୍ବସିଦ୍ଧିଦାୟକ ।