ହ୍ବାଟ୍ସଆପ୍ ଆଣିଲା ନୂଆ ଫିଚର ‘Phone number privacy’ ! ଏଣିକି ଗ୍ରୁପ୍ରେ କେହି ଦେଖିପାରିବେନି ଆପଣଙ୍କ ନମ୍ବର
ନୂଆଦିଲ୍ଲୀ : ହ୍ବାଟ୍ସଆପ୍ ଆଣିଲା ନୂଆ ଫିଚର। ୟୁଜର୍ସଙ୍କ ଗୋପନୀୟତାକୁ ଦୃଷ୍ଟିରେ ରଖି ହ୍ବାଟ୍ସଆପ୍ ସମୟକ୍ରମେ ଅନେକ ଫିଚର ଆଣିଛି। ଏହି ପରିପ୍ରେକ୍ଷୀରେ ଆଉ ଏକ ପ୍ରାଇଭେସୀ ଫିଚର ଆଣିଛି ହ୍ବାଟ୍ସଆପ୍। ନିକଟରେ ଅନ୍ତର୍ଜାତୀୟ ନମ୍ବରରୁ ଆସୁଥିବା କଲ୍ ୟୁଜର୍ସଙ୍କ ଚିନ୍ତା ବଢ଼ାଇଥିଲା। ଯାହାକୁ କମାଇବାରେ ବେଶ୍ ସହାୟକ ହେବ ଏହି ଫିଚର ।
ତେବେ ହ୍ବାଟ୍ସଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଗ୍ରାହକଙ୍କ ପାଇଁ ‘ଫୋନ୍ ନମ୍ବର ପ୍ରାଇଭେସୀ’ ନାମକ ଏକ ଫିଚର ଆଣିବାକୁ ଯାଉଛି। ଅବଶ୍ୟ ଏହି ଫିଚର ବର୍ତ୍ତମାନ କେବଳ କିଛି ବିଟା ୟୁଜର୍ସଙ୍କ ପାଇଁଉପଲବ୍ଧ। ରିପୋର୍ଟ ଅନୁଯାୟୀ, ଏହି ନୂଆ ଫିଚର ଉଭୟ ଅପରେଟିଂ ସିଷ୍ଟମରେ ଦିଆଯାଇଛି। ଏହି ଫିଚର ହ୍ବାଟ୍ସଆପ୍ କମ୍ୟୁନିଟିରେ ‘Phone number privacy’ ନାଁରେ ରହିଛି।
ହ୍ବାଟ୍ସଆପ୍ର ଏହି ଫିଚର ଦ୍ବାରା ୟୁଜର୍ସ କମ୍ୟୁନିଟିରେ ନିଜ ଫୋନ୍ ନମ୍ବର ଲୁଚାଇପାରିବେ। ଏହି ଫିଚରକୁ ଆକ୍ଟିଭ କରିବା ଦ୍ବାରା କମ୍ୟୁନିଟିରେ ୟୁଜର୍ସଙ୍କ ଫୋନ୍ ନମ୍ବର କେବଳ ଆଡମିନ୍ ଏବଂ ତାଙ୍କ ନମ୍ବର ସେଭ୍ କରିଥିବା ଲୋକ ହିଁ ଦେଖିପାରିବେ। ତେବେ ଏହି ଫିଚର ଦ୍ବାରା କେବଳ କମ୍ୟୁନିଟି ସଦସ୍ୟଙ୍କ ଉପରେ ଲାଗୁ ହେବ, କମ୍ୟୁନିଟି ଆଡମିନ୍ଙ୍କ ନମ୍ବର ସମସ୍ତେ ଦେଖିପାରିବେ।