ଗୁରୁବାର ଦିନ କଣ କରିବା ଓ କଣ ନ କରିବା ଦରକାର! ଏହି କାମ ଦ୍ୱାରା ନିଶ୍ଚୟ ହେବ ଧନର ବର୍ଷା
ଗୁରୁବାର ଦିନକୁ ମା’ ଲକ୍ଷ୍ମୀଙ୍କ ବାର ଭାବେ ଜଣା । ଫଳରେ ଏହି ଦିନରେ ବିଶେଷ ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଦିନ କଣ କରିବା ଓ କଣ ନ କରିବା ଦରକାର । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ବଞ୍ଚିବାକୁ ହେଲେ ଆମକୁ କେତେକ ଫେକ୍ଟର ଉପରେ ନିର୍ଭର କରିବା କୁ ପଡିଥାଏ।ତେବେ ସେହି ଫେକ୍ଟର ମଧ୍ୟରୁ ଟଙ୍କା ଓ ଧନ ସମ୍ପତ୍ତି ହେଉଛି ସବୁଠାରୁ ମୁଖ୍ୟ । କୌଣସି ବି ବ୍ୟକ୍ତି ଏହି ଆଧୁନିକ ସମାଜରେ ବଞ୍ଚିବାକୁ ହେଲେ ତାକୁ ଟଙ୍କାର ବହୁତ ଆବଶ୍ୟକତା ରହିଥାଏ। କହିବାକୁ ଗଲେ ଯଦି ବର୍ତ୍ତମାନ ଆପଣଙ୍କ ପାଖରେ ଟଙ୍କା ପଇସା କିମ୍ବା ଧନ ସମ୍ପତ୍ତି ନାହିଁ ତେବେ ସମାଜରେ ଆପଣଙ୍କ ର କୌଣସି ମୂଲ୍ୟ ହି ରହିବ ନାହିଁ।
ବର୍ତ୍ତମାନ ସମାଜରେ ଯାହା ପାଖରେ ଯେତେ ଟଙ୍କା ପଇସା ତାକୁ ସେତିକି ସଂମାନ ମିଳେ ।ଏମିତି ମଧ୍ୟ କେତେକ ଲୋକ ଆଛନ୍ତି ଯେଉଁ ମାନେ ବହୁତ ପରିଶ୍ରମ କରି ବହୁତ ଟଙ୍କା ଅର୍ଜ୍ଜନ କରନ୍ତି କିନ୍ତୁ ତାଙ୍କ ପାଖରେ ଟଙ୍କା ରହେ ନାହିଁ ସବୁ ଖର୍ଚ୍ଚ ହୋଇଯାଏ ଆପ ସେ ପୁଣି ଅଭାବରେ ରୁହନ୍ତି। ଏମିତି କେତେକ ଉପାୟ ବିଷୟରେ ଜଣେଇବୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଘରେ କେବେ ବି ଧନ ସମ୍ପତ୍ତି ର ଅଭାବ ଦେଖାଯିବ ନାହିଁ। ତେବେ ଧନ ର ଦେବୀ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ପରେ ହିଁ ଆପଣ ଧନ ବାନ ହୋଇପାରିବେ। ତେବେ ଆମେ ଆଜି ଆପଣଙ୍କୁ ୫ ଟି କାର୍ଯ୍ୟ କରିବାକୁ କହିବୁ ଏବଂ ସେହି କାର୍ଯ୍ୟ କୁ ଆପଣ କେବଳ ଗୁରୁବାର ଦିନ କରିବେ ଆଉ ତା ପରେ ଦେଖିବେ ଆପଣଙ୍କ ଘରେ କେବେ ବି ଟଙ୍କା ପଇସା ର ଅଭାବ ଦେଖାଯିବ ନାହିଁ ।
କଣ କରିବା ଉଚିତ :-
୧) : ପ୍ରତ୍ୟେକ ଗୁରୁବାର ଦିନ ଆପଣ ଭଗବାନ ବିଷ୍ଣୁ ଙ୍କୁ ପୂଜା କରନ୍ତୁ। ଭଗବାନ ବିଷ୍ଣୁ ଙ୍କୁ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ।ଏବଂ ଘରେ ଅଭାବ ଅନଟନ ଦୂର ହୋଇଯାଇଥାଏ।
୨) : ପ୍ରତ୍ୟେକ ଗୁରୁବାର ଦିନ ମହିଳା ମାନେ ହଳଦିଆ ରଙ୍ଗର ଶାଢୀ ପିନ୍ଧି ମା ଲକ୍ଷ୍ମୀ ଙ୍କର ପୂଜା କରନ୍ତୁ ଏବଂ ତାଙ୍କ ପାଖରେ ହଳଦିଆ ରଙ୍ଗର ଫୁଲ ଓ ପ୍ରସାଦ ଲଗାନ୍ତୁ । ଦେଖିବେ ଆପଣଙ୍କ ର ଆର୍ଥିକ ଅବସ୍ଥା ରେ ସୁଧାର ଆସିବ ।
୩) : ପ୍ରତ୍ୟେକ ଗୁରୁବାର ଦିନ ପାଣିରେ ହଳଦୀ ମିଶାଇ ସ୍ନାନ କରନ୍ତୁ। ଏବଂ ହଳଦୀ ପାଣି କରି କଦଳୀ ଗଛ ର ମୂଳରେ ଦିଅନ୍ତୁ। ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରଶ୍ନନ ହୋଇଥାନ୍ତି। ଏବଂ ଆପଣ ଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯାଏ।
୪) : ଘରେ ସମସ୍ତ ଆର୍ଥିକ ସମସ୍ୟା କୁ ଦୂର କରିବା ପାଇଁ, ଗୁରୁବାର ଦିନ ଉପବାସ ରଖନ୍ତୁ। ଏବଂ ସେହି ଦିନ ହଲଦିଆ ରଙ୍ଗର କିଛି ବି ଜିନିଷ ବା ଖାଦ୍ୟ ସାମଗ୍ରୀ ଦାନ କରନ୍ତୁ। ଏପରି କରିବା ଦ୍ବାରା ମା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଥାଏ ।
୫) : ଗୁରୁବାର ଦିନ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ପ୍ରଦାନ କରି ତାଙ୍କୁ ପୂଜା କରନ୍ତୁ। ଏପରି କରିବା ଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସବୁଦିନ ବାସ କରିବେ ଏବଂ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ ।
କଣ କରିବା ଅନୁଚିତ :-
ଗୁରୁବାର ଦିନ କେଉଁ କାମ କରିବା ଉଚିତ୍ ନୁହେଁ ଯାହା ଦ୍ଵାରା ଆପଣଙ୍କ ଜୀବନରେ ଗୁରୁଗ୍ରହ ମଜବୁତ୍ ରହିବ କିନ୍ତୁ ଯଦି ଆପଣ ଗୁରୁବାର ଦିନ କିଛି ଏମିତି କାର୍ଯ୍ୟକୁ କରନ୍ତି ତେବେ ଆପଣଙ୍କ ପରିବାର ଉପରକୁ ବୋହୁତ ସଙ୍କଟ ଆସିଥାଏ। ଆପଣଙ୍କ ଗୁରୁଗ୍ରହ ମଜବୁତ୍ ସ୍ଥିତିରୁ କମଜୋର ସ୍ଥିତିକୁ ଆସିଯାଇଥାଏ। ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ କାମ କରିବା ଉଚିତ୍ ନୁହେଁ।
୧) : ଗୁରୁବାର ଦିନ ଘର ଲିପାପୋଛା କରିବାକୁ ଶାସ୍ତ୍ରରେ ମନା କରାଯାଇଛି। ମନାଯାଇଥାଏ କି ଗୁରୁବାର ଦିନ ଘର ଲିପାପୋଛା କରିବା ଦ୍ୱାରା ଘରକୁ ଏହା ନକାରାତ୍ମକ ଦୁର୍ଘଟଣାକୁ ଆମନ୍ତ୍ରିତ କରିଥାଏ। ଯଦି ଏହାପରେ ବି ଆପଣ ଗୁରୁବାର ଦିନ ଘର ଲିପାପୋଛା କରିବାକୁ ଚାହୁଁଛନ୍ତି ତେବେ ସେହି ପାଣିରେ ସମୁଦ୍ରିଲୁଣ କିମ୍ୱା ନିଜ ଘରେ ବ୍ୟବହାର କରୁଥିବା ଲୁଣକୁ ପାଣିରେ ପକାଇ ଲିପାପୋଛା କରନ୍ତୁ।
୨) : ଗୁରୁଗ୍ରହ ଆମ ଜୀବନରେ ବୈବାହିକ ଓ ଜବନରେ ସମୃଦ୍ଧିର ଗ୍ରହ ବୋଲି କୁହାଯାଏ। ସେଥିପାଇଁ ଗୁରୁବାର ଦିନ ଏହି କଥାକୁ ଧ୍ୟାନଦିଅନ୍ତୁ କି କେବେବି ଆପଣଙ୍କ ସ୍ତ୍ରୀ ସହ, ଆପଣଙ୍କ ମାତାପିତାଙ୍କ ସହ କିମ୍ବା ଘରର କୌଣସି ବି ମହିଳାଙ୍କ ସହ ଝଗଡ଼ା କରିବା ସ୍ଵୟଂ ଗୁରୁଗ୍ରହକୁ ନଷ୍ଟ କରିବା ସହ ସମାନ ହୋଇଥାଏ।
୩) : ଯଦି ଆପଣମାନେ ଗୁରୁବାର ଦିନ ଘରର ମହିଳା ମୁଣ୍ଡ ସଫା କରେ କିମ୍ବା ଆପଣ ନଖ, ଦାଢି, ଚୁଟି କାଟି ଥାଆନ୍ତି ଏହାଦ୍ବାରା ଗୁରୁଗ୍ରହ ବୋହୁତ ରୁଷ୍ଠ ହୋଇଥାନ୍ତି ଏବଂ ଏହା କରିବା ଦ୍ୱାରା ରାହୁଗ୍ରହର ପ୍ରସନ୍ନତା ଦେଖିବାକୁ ମିଳିଥାଏ। ରାହୁଗ୍ରହ ଗୁରୁଗ୍ରହ ଉପରେ ଭାରି ହୋଇପଡ଼ାନ୍ତି। ସେଥିପାଇଁ ଗୁରୁବାର ଦିନ ଘରର ମହିଳାମାନେ ଭୁଲ୍ ରେ ବି ମୁଣ୍ଡ ସଫା କରନ୍ତୁ ନାହିଁ। ଏହା ସହ ପୁରୁଷମାନେ ମଧ୍ୟ ନଖ ଦାଢି ଚୁଟି କାଟନ୍ତୁ ନାହିଁ।
୪) : ଯଦି ସବୁବେଳେ ଆପଣଙ୍କ ଧନ ସମ୍ପତ୍ତିର ନଷ୍ଟ ହେଉଥାଏ , ଯେଉଁ କାମ ବି ଆପଣ କରୁଛନ୍ତି ସେଥିରେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ଯଦି ଆପଣ ଚାହୁଁଛନ୍ତି ସେହିସବୁ ଅସୁବିଧା ଆପଣଙ୍କଠୁ ଦୂରେଇଯାଉ ତେବେ ଆପଣଙ୍କୁ ପାଞ୍ଚଟି ଗୁରୁବାର ଦିନ ଆପଣ ବିନା କୌଣସି ଧାରୁଆ ଅସ୍ତ୍ରରେ କଟା ଯାଇଥିବା ପନିପରିବା ଏବଂ ଫଳମୂଳ ଆପଣଙ୍କୁ ଖାଇବା ଉଚିତ୍।
୫) : ଗୁରୁବାର ଦିନ କୌଣସି ବ୍ୟକ୍ତି ଆପଣଙ୍କଠାରୁ ଉଦ୍ଧାର ନେବାକୁ ଚାହିଁଥାଏ ତେବେ ଆପଣ ଉଦ୍ଧାର ଦିଅନ୍ତୁ ନାହିଁ। ଗୁରୁବାର ଦିନ ଉଦ୍ଧାର ଆଣିବା କି ଉଦ୍ଧାର ଦେବା ଆପଣଙ୍କ ଉପରେ ଏହାର ବୋହୁତ ଅଶୁଭ ପ୍ରଭାବ ପକାଇଥାଏ। ଯଦି ଆପଣ ଗୁରୁବାର ଦିନ କୌଣସି ବ୍ୟକ୍ତିଙ୍କୁ ଉଦ୍ଧାର ଦେଉଛନ୍ତି ତେବେ ଏହାଦ୍ଵାରା ଉଦ୍ଧାର ନେଉଥିବା ଲୋକ ଓ ଉଦ୍ଧାର ଦେଉଥିବା ଲୋକ କାଙ୍ଗାଳ ପରିସ୍ଥିତିରେ ପହଞ୍ଚିଥାଆନ୍ତି।