ବଦଳିଲା ପାଗ! ୨୪ ଘଣ୍ଟାରେ ରାଜ୍ୟର ୭ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି
ଭୁବନେଶ୍ୱର : ପଶ୍ଚିମା ଝଡର ତାଉ ଏବଂ ବଙ୍ଗୋପସାଗରରୁ ଓଡିଶା ମୁହାଁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଆଜିଠାରୁ ଓଡ଼ିଶାରେ ବଦଳିଲା ପାଗ। ଆଜି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ୭ ଜିଲାକୁ ବିଜୁଳି ଘଡଘଡି ପାଇଁ ଚେତାବନୀ ଜାରି କରାଯାଇଛି। ଆସନ୍ତା କାଲି (ଶୁକ୍ରବାର) ୪ ତାରିଖରେ ଉତ୍ତର ଓଡ଼ିଶାର ୧୩ ଜିଲାରେ ବିଜୁଳି ଘଡଘଡି ଏବଂ ୯ ଜିଲାରେ କୁଆପଥର ବର୍ଷା ପାଇଁ ମଧ୍ୟ ଚେତାବନୀ ଜାରି କରାଯାଇଛି।
ଆସନ୍ତା ୨୪ ଗଣ୍ଟା ମଧ୍ୟରେ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନ ଓ ଉତ୍ତର ଉପକୂଳ ଓଡ଼ିଶାର ସୋନପୁର, ବଲାଙ୍ଗିର, ନୂଆପଡ଼ା ଏବଂ ବୌଦ୍ଧ ଜିଲାର ଗୋଟିରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇପାରେ। ଏହି ସମୟରେ ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ଥିବାରୁ ହଳଦିଆ ଚେତାବନୀ ଜାରି କରାଯାଇଛି।
ସେହିଭଳି ୪ ତାରିଖରୁ ୫ ଉତ୍ତର ଓଡ଼ିଶାର ଅନେକ ସ୍ତନାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶାର ଜିଲା ଗୁଡିକରେ କିଛି କିଛି ସ୍ତାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ଜିଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଏବଂ ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ କୁଆପଥର ମାଡ଼ ସହିତ ବର୍ଷା ସମ୍ଭାବନା ଥିବାରୁ ହଳଦିଆ ଚେତାବନୀ ଜାରି କରାଯାଇଛି।