ବିପଦ ସଙ୍କେତ ଉପରେ ଯମୁନା ନଦୀର ଜଳସ୍ତର, ନୋଏଡାରେ ବନ୍ୟା ଆଲର୍ଟ ଜାରି
ନୂଆଦିଲ୍ଲୀ : ପାଣି ଘେରରେ ରାଜଧାନୀ ଦିଲ୍ଲୀ । ଯମୁନା ନଦୀର ବର୍ଦ୍ଧିତ ଜଳସ୍ତର ନେଇଆସିଛି ଲୋକଙ୍କ ପାଇଁ ଦୁଃଖ । ହସ୍ତିନାକୁଣ୍ଡ ବ୍ୟାରେଜରୁ ଲଗାତର ପ୍ରତି ସେକେଣ୍ଡରେ ଏକ ଲକ୍ଷ ଘନମିଟରରୁ ଅଧିକ ଜଳ ନିଷ୍କାସିତ ହେଉଛି ।
କୁହାଯାଉଛି ଯଦି ଜଳସ୍ତର ୨୦୬.୦୭ ମିଟର ଲକ୍ଷ ଘନ ମିଟରରୁ ଅଧିକ ଜଳ ନିଷ୍କାସିତ ହୁଏ ତେବେ ଯମୁନା ନଦୀରେ ପୁଣି ଏକ ବଡ ଧରଣର ବନ୍ୟା ସୃଷ୍ଟି ହୋଇପାରେ । ଦିଲ୍ଲୀରେ ପୁଣି ଥରେ ବିପଦ ସଙ୍କେତ ଅତିକ୍ରମ କରିଛି ଯମୁନା ନଦୀର ଜଳସ୍ତର । ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଠାରୁ ୧ ମିଟର ଉପରେ ରହିଛି । ସେହିପରି ନୋଏଡାରେ ମଧ୍ୟ ବନ୍ୟା ଆଲର୍ଟ ଜାରି କରାଯାଇ ନଦୀ କୂଳରୁ ୨୦୦ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।