ବଢୁଛି ଯମୁନା ନଦୀର ଜଳସ୍ତର, ସତର୍କ ରହିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଲଗାତାର ବର୍ଷା ଯୋଗୁଁ ଯମୁନା ନଦୀର ଜଳସ୍ତର ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ଯମୁନା ନଦୀର ବିପଦ ସଙ୍କେତ ୨୦୫.୩୩ ମିଟର ଥିବାବେଳେ ରବିବାର ଦିନ ୧୧ଟା ସୁଦ୍ଧା ଜଳସ୍ତର ୨୦୫.୩୨ ମିଟର ରେକର୍ଡ କରାଯାଇଛି ।
ସେହିପରି ଯମୁନା ନଦୀର ଜଳସ୍ତର ବଢ଼ୁଥିବାରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ୧୦୦ରୁ ଅଧିକ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଦିଲ୍ଲୀ ପ୍ରଶାସନ ପକ୍ଷରୁ ଖଦର ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିଛି । ଅଗ୍ନିଶମ ବାହିନୀ, ନଗର ନିଗମ ଏବଂ ସ୍ୱାସ୍ଥ୍ୟ ବିଭାଗର ଦଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।