ଯୁଦ୍ଧକୁ ବିରୋଧ ! ଋଷର ଜାତୀୟ ପତାକାକୁ ବଦଳାଇଲେ ବିରୋଧୀ
ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରୁଛି ଋଷ । ଏହି ଆକ୍ରମଣ ପରେ ଋଷର ରାଷ୍ଟ୍ରପତି ପ୍ରତି ବଦଳୁଛି ମନୋଭାବ । ଯୁଦ୍ଧରେ ଋଷ ରାଷ୍ଟ୍ରପତି ଉଗ୍ର ରୂପ ନେଇ ଆକ୍ରମଣ କରିଚାଲିଛନ୍ତି । ଏହି ଆକ୍ରମଣକୁ ନେଇ ସମଗ୍ର ବିଶ୍ୱ ବିରୋଧ କରୁଛି । ଏମିତିକି ଋଷରେ ମଧ୍ୟ ଯୁଦ୍ଧ ବିରୋଧର ନିଆଁ ଦେଖିବାକୁ ମିଳିଛି । ଋଷର ଜାତୀୟ ପତାକାକୁ ବଦଳାଇଛନ୍ତି ବିରୋଧୀ ମାନେ । ଋଷର ଯୁଦ୍ଧ ପଦକ୍ଷେପକୁ ବିରୋଧ କରୁଥିବା ଲୋକମାନେ ଏକ ନୂତନ ଜାତୀୟ ପତାକା ଗ୍ରହଣ କରିଥିବା ଜଣାପଡିଛି । ନୂତନ ପତାକା ପୁରୁଣା ସହିତ ସମାନ । ଏକମାତ୍ର ପାର୍ଥକ୍ୟ ହେଉଛି ଏହା ତଳ ଲାଲ ଦଣ୍ଡକୁ ଅନ୍ୟ ଏକ ଧଳା ରେଖା ସହିତ ବଦଳାଇ ଦେଇଛି ।
ବିରୋଧ ସମୟରେ ଋଷର ନୂତନ ପତାକା ଉତ୍ତୋଳନ କରାଯାଉଛି । ବିକ୍ଷୋଭକାରୀମାନେ ୟୁକ୍ରେନ ଆକ୍ରମଣକୁ ସମର୍ଥନ କରୁନାହାଁନ୍ତି ବୋଲି ଏହା ଆଲୋକିତ କରିବାର ଏକ ମାଧ୍ୟମ ପାଲଟିଛି । ଏହି ବିଷୟରେ ୩୧ ବର୍ଷ ବୟସ୍କା କାଟୋନିନା ଲାଟଭିଆ ସ୍ଥିତ ଋଷର ଗଣମାଧ୍ୟମ କହିଛନ୍ତି କେବଳ ଅନ୍ୟ ଲୋକଙ୍କ ନୁହେଁ, ଯୁଦ୍ଧ ବିରୁଦ୍ଧରେ ଆମେ ନିଜକୁ ଋଷ ବୋଲି ଚିହ୍ନିତ କରିବା ଆବଶ୍ୟକ । ଏହି କଥା ଉପରେ ବ୍ୟାପକ ସହମତି ଥିଲା କି ଏହି ପ୍ରକାରର ନୂତନ ପ୍ରତୀକ ଆବଶ୍ୟକ।
ଫର ଫ୍ରିଡମ୍ ଇନ୍ ଋଷ ଗୋଷ୍ଠୀର କାର୍ଯ୍ୟକର୍ତ୍ତା କହିଛନ୍ତି, ଆମେ ସ୍ଥିର କଲୁ ଯେ ଆମେ ଆଉ ଋଷର ତ୍ରିରଙ୍ଗା ବ୍ୟବହାର କରିପାରିବୁ ନାହିଁ, କାରଣ ପୁଟିନ୍ ଏହାକୁ ଏକ ଫାସିଷ୍ଟ ପ୍ରତୀକରେ ପରିବର୍ତ୍ତନ କରିଛନ୍ତି। ଆମେ ରେଡ୍ ବ୍ୟାଣ୍ଡକୁ ହଟାଇଛୁ । ଏହି ରଙ୍ଗ ରକ୍ତର ରଙ୍ଗ ସେଥିପାଇଁ ଆମେ ଏହାକୁ ଧଳା କରିଛୁ । ସେପଟେ ଋଷର ସୈନ୍ୟ ମଧ୍ୟ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ସେ ନିଜ ଦେଶକୁ ଫେରିବାକୁ ଚାହୁଛନ୍ତି ହେଲେ ଫେରିବାକୁ ଦେଉନାହିଁ ଋଷ ସରକାର । ଫଳରେ ସେମାନେ ନିଜକୁ ଆଘାତ କରିବା ସହ ନିଜ କମାଣ୍ଡର ଙ୍କ ହତ୍ୟା କରୁଛନ୍ତି ।