ପ୍ରଥମ ଦେଖାରେ ଝିଅଙ୍କୁ ଇଂପ୍ରେସ୍ କରିବାକୁ ଚାହୁଁଛନ୍ତି କି? ପୁଅମାନଙ୍କର ଏହି ସବୁ ଗୁଣରେ ପ୍ରଭାବିତ ହୋଇଥାନ୍ତି ଝିଅ
କଥାରେ ଅଛି ପ୍ରଥମ ଦେଖାରେ ହୋଇଥିବା ଭଲପାଇବା ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିଯାଇ ଥାଏ। ପ୍ରଥମ ନଜରରୁ ହିଁ ମଣିଷଟି ଜୀବନସାଥି ହେବା ପାଇଁ ଯୋଗ୍ୟ କି ନାହିଁ ତାହା ବାରି ହୋଇ ଯାଇଥାଏ। ତେବେ ଏହି ପ୍ରଥମ ଦେଖାରେ ଜଣେ ଝିଅ ପୁଅର ଏହି ସବୁ ଲକ୍ଷଣ ଓ ଆଚରଣ ଦେଖି ପ୍ରଭାବିତ ହୋଇଥାନ୍ତି। ତେବେ, ଆସନ୍ତୁ ଜାଣିବା ଏହି କେତୋଟି ଗୁଣ ଏବଂ ଆଚରଣ ଗୁଡିକ ବିଷୟରେ :-
୧. ଝିଅମାନଙ୍କୁ ପ୍ରଥମତଃ ଏପରି ଜଣେ ସାଥି ଦରକାର ଯାହାଙ୍କ ପାଖରେ ସେମାନେ ନିଜକୁ ସହଜ ମନେ କରୁଥିବେ। ଏପରି ଜଣେ ଭରସାଯୋଗ୍ୟ ସାଥି ଯାହାଙ୍କ ସହିତ ସେମାନେ ସହଜରେ ନିଜ ଜୀବନର ସମସ୍ତ ସୁଖଃ ଦୁଃଖକୁ ବାଣ୍ଟି ପାରୁଥିବେ।
୨.ତେବେ ପୁଅ ମାନଙ୍କ ବେଶ ପୋଷାକ, କଥା ହେବା ଶୈଳୀ, ହେୟାର ଷ୍ଟାଇଲ, ବ୍ୟବହାର ଏ ସବୁ ମଧ୍ୟ ଝିଅ ମାନଙ୍କୁ ଆକର୍ଷିତ କରିଥାଏ।
୩. ପୁଅର ଆଖିର ଚାହାଣୀ ଏବଂ ଦେହର ପ୍ରାକୃତିକ ବାସ୍ନାରେ ମଧ୍ୟ ଝିଅମାନେ ବିମୋହିତ ହୋଇ ଯାଇଥାନ୍ତି। କେତେକ ଯୁବତୀଙ୍କୁ ପରଫ୍ୟୁମ ବାସ୍ନା ଅପେକ୍ଷା ଯୁବକଙ୍କ ଦେହର ପ୍ରାକୃତିକ ବାସ୍ନା ପସନ୍ଦ ଆସିଥାଏ।
୪. ପୁଅମାନଙ୍କର ବ୍ୟବହାର ଏବଂ ଝିଅଙ୍କ ପ୍ରତି ଥିବା କେୟରୀଙ୍ଗନେସ୍ ଝିଅମାନଙ୍କୁ ଅନେକ ପରିମାଣରେ ଆକର୍ଷିତ କରିଥାଏ।